ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାରତରେ ୫.୫ ଲକ୍ଷ ବିକ୍ରି ଅତିକ୍ରମ କଲା ନେକ୍ସଟ ଜେନ୍ ଏର୍ଟିଗା

ଭୁବନେଶ୍ୱର ୧୮।୧୨ : ମାରୁତି ସୁଜୁକିର ଦମଦାର ଡିଜାଇନ୍‌, ସମ୍ବେଦନଶୀଳତା ଏବଂ ପ୍ରଯୁକ୍ତି ଦକ୍ଷତାର ପ୍ରମାଣ ହେଉଛି ଏର୍ଟିଗା । ଅତ୍ୟାଧୁନିକ ଷ୍ଟାଇଲ୍‌, ଆରାମ ଏବଂ ବିଭିନ୍ନ ପ୍ରକାର ପ୍ରଯୁକ୍ତିରେ ସୁସଜ୍ଜିତ ମାରୁତି ସୁଜୁକିର ନେକ୍ସଟ୍ ଜେନ୍ ଏର୍ଟିଗା ଭାରତର ନିୟୁତାଧିକ ଗ୍ରାହକଙ୍କ ହୃଦୟ ଜିତିଛି । ଏହି ଗାଡିଟି ଦେଶର ଏକ ନମ୍ବର ବିକ୍ରି ହେଉଥିବା ଏମ୍‌ପିଭିରେ ପରିଣତ ହୋଇଛି । ୫.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଏହାକୁ ନେଇ ବିଗତ ଦୁଇ ବର୍ଷରେ ଏହା ବଜାରରେ ଅଗ୍ରଣୀ ସ୍ଥାନ ବଜାୟ ରଖିଛି । ଏମ୍‌ପିଭି କ୍ଷେତ୍ରରେ ଏର୍ଟିଗାର ଦୃଢ଼ ଉପସ୍ଥିତି ରହିଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୦ ସୁଦ୍ଧା ଏହାର ବଜାର ଅଂଶ ୪୭% ପାଖାପାଖି ରହିଛି ।

ଏହାର ସଫଳତା ସମ୍ପର୍କରେ ଶ୍ରୀଯୁକ୍ତ ଶଶାଙ୍କ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ ଓ ବିକ୍ରି) ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ଭାରତର ପ୍ରଥମ କମ୍ପାକ୍ଟ ଏମ୍‌ପିଭି ଭାବେ ଏର୍ଟିଗା ନବସୃଜନର ଏକ ପରମ୍ପରା ଗଠନ କରିଛି । ୫.୫ ଲକ୍ଷ ବିକ୍ରିର ଉଲ୍ଲେଖନୀୟ ମାଇଲଖୁଂଟ ହେଉଛି ଏହାର ସଫଳତାର ପ୍ରତିଫଳନ ।’’

୨୦୧୨ ଏପ୍ରିଲ୍‌ରେ ଉନ୍ମୋଚନ ହୋଇଥିବା ଏର୍ଟିଗା ଏକ ସମ୍ପୂର୍ଣ୍ଣ ନୂଆ ପ୍ରକାରର ମଲ୍‌ଟି ୟୁଟିଲିଟି ବର୍ଗ ସୃଷ୍ଟି କରିଥିଲା । ଶକ୍ତିଶାଳୀ ୧.୫ ଲିଟର କେ ସିରିଜ୍ ଇଞ୍ଜିନର ଶକ୍ତି ସହିତ ସ୍ମାର୍ଟ ହାଇବ୍ରିଡ୍ ଏବଂ ଏଟି ପ୍ରଯୁକ୍ତିକୁ ନେଇ ଏହା ଆରାମ ପ୍ରଦାନକାରୀ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରୁଛି । କମ୍ପାନୀ ନିଜର ଏହି ବିଜୟ ଧାରାକୁ ଆଗକୁ ବଢ଼ାଇ ମାରୁତି ସୁଜୁକି ଏର୍ଟିଗା ହେଉଛି ଏକମାତ୍ର ଏମ୍‌ପିଭି ଯାହା ଫ୍ୟାକ୍ଟ୍ରିରୁ ଫିଟ୍ ହୋଇ ଏସ୍‌-ସିଏନ୍‌ଜି ପ୍ରଯୁକ୍ତି ସହ ଆସୁଛି ।

ସେହିଭଳି ଏଥିରେ କ୍ରୋମ୍ ଷ୍ଟଡେଡ୍ ସାମ୍ନା ଗ୍ରିଲ୍‌, ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ୍ ଏବଂ ୩ଡି ଟେଲ୍ ଲ୍ୟାମ୍ପ୍‌, ଷ୍ଟିୟରିଂ ମାଉଂଟେଡ୍ ଅଡିଓ ଏବଂ କଲିଂ କଂଟ୍ରୋଲ୍‌, ଏୟାର କୁଲଡ୍ କପ୍ ହୋଲ୍‌ଡର୍‌, ଅଟୋ କ୍ଲାଇମେଂଟ୍ କଂଟ୍ରୋଲ୍ ଏବଂ ପ୍ରତି ଧାଡ଼ି ପାଇଁ ଚାର୍ଜିଂ ସକେଟ୍ ଷ୍ଟାଇଲ୍ ସହିତ ସୁବିଧାକୁ ଯୋଡ଼ିଛି । ଏଥିରେ ଡୁଆଲ୍ ଏୟାରବ୍ୟାଗ୍‌, ହିଲ୍ ହୋଲ୍‌ଡ (କେବଳ ଏଟିରେ), ଏଏସଓଏଫ୍‌ଆଇଏକ୍ସ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ୍ (କେବଳ ଏଟିରେ) ଏବଂ ଏବିଏସ୍ ସହିତ ଇବିଡି ଭଳି ସୁବିଧା ସହିତ ନେକ୍ସଟ୍ ଜେନ୍ ଏର୍ଟିଗାରେ ଶ୍ରେଷ୍ଠ ମାନର ସୁରକ୍ଷା ବ୍ୟବସ୍ଥା ରହିଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ