ଦେଶ ବିଦେଶ ରାଜନୀତି

ଭାରତରେ ବାହାରିଲା ଚୀନ୍‌ର ନୂଆ ଭେରିଆଣ୍ଟ୍‌: ଆଜି କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ୍‌ରେ ଦ୍ରୁତ ବେଗରେ ସଂକ୍ରମଣ କରାଉଥିବା ଓମିକ୍ରନ୍‌ ଭୂତାଣୁର ସବ୍‌-ଭେରିଆଣ୍ଟ୍‌ ‘ବିଏଫ୍‌.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହେବାରୁ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ।

ଦେଶରେ ଚିହ୍ନଟ କରାଯାଇଥିବା ୪ଟି ‘ବିଏଫ୍‌.୭’ରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିଲା।

ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଦେଶରେ ଥିବା ୧୦ଟି କୋଭିଡ୍‌ ଭେରିଆଣ୍ଟ୍‌ରୁ ‘ବିଏଫ୍‌.୭’ ହେଉଛି ସଦ୍ୟତମ।

ଏହାଛଡ଼ା, ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ମଧ୍ୟ ଦେଶରେ କୋଭିଡ୍‌ ପରିସ୍ଥିତିର ସୀମକ୍ଷା କରି ଜନଗହଳି ସ୍ଥାନରେ ମାସ୍କ୍‌ ପିନ୍ଧିବା, ଟିକା ନେବା ଭଳି କୋଭିଡ୍‌ ନିୟମ ସବୁ ମାନିବାକୁ ଜନସାଧାଣଙ୍କୁ ପରାମର୍ଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, କୋଭିଡ୍‌ର ଅବସାନ ଘଟିନାହିଁ। ସଜାଗ ରହିବା ଓ ସର୍ଭିଲାନ୍‌ସ୍ ସୁଦୃଢ଼ କରିବା ଲାଗି ମୁଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ଏଥିପାଇଁ, ଭୟ କରିବାର କୌଣସି କାରଣ ନାହିଁ।

ଚୀନ୍‌ରେ କଠୋର ଭାବେ ଲାଗୁ କରାଯାଇଥିବା ‘ଜିରୋ-କୋଭିଡ୍‌’ କଟକଣା କୋହଳ କରାଯିବା ପରେ ସେଠାରେ କୋଭିଡ୍‌ ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବ୍ୟାପି ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର