ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତରେ ପବନ-ସୌର ପ୍ରକଳ୍ପ ଲଞ୍ଚ କଲା ଆମାଜନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ, ୨/୧୨: ଭାରତରେ ଦୁଇଟି ପବନ-ସୌର ହାଇବ୍ରିଡ୍ ପ୍ରୋଜେକ୍ଟ ଲଞ୍ଚ କରିଛି ଆମାଜନ ଇଣ୍ଡିଆ । ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକରେ ନଭେମ୍ବର ୩୦ରେ ଲଞ୍ଚ ହୋଇଥିବା ଏହି ଦୁଇ ପ୍ରକଳ୍ପର ୩୦୦ ମେଗାଓ୍ବାଟ୍ ଉତ୍ପାଦନ କରିବାର କ୍ଷମତା ରହିଛି। କାର୍ଯ୍ୟକ୍ଷମ ହେବା ପରେ ଏହା ୧୧୬୩ ଗିଗଓ୍ବାଟ ଆଓ୍ବାରର ସ୍ବଚ୍ଛ ଶକ୍ତି ଉତ୍ପାଦନ କରିବା ନେଇ କମ୍ପାନୀ ତରଫରୁ କୁହାଯାଇଛି।

ରାଜସ୍ଥାନରେ ତିନି ସୋଲାର ଫାର୍ମ ସହ ଏବେ ଆମାଜନ ପାଖରେ ଭାରତରେ ପାଞ୍ଚ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ ରହିଛି। ଏହି ପାଞ୍ଚ ପ୍ରକଳ୍ପର ୭୨୦ ମେଗାଓ୍ବାଟର ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ରହିଛି। ପବନ-ସୌର ହାଇବ୍ରିଡ୍‌ ଦ୍ବାରା ଉଭୟ ପବନ ଶକ୍ତି ଏବଂ ସୋଲାର ଫାର୍ମରେ ଶକ୍ତି ଉତ୍ପାଦନ ହୋଇପାରିବ।

ଏହି ଦୁଇ ନୂଆ ପ୍ରୋଜେକ୍ଟ ବିଶ୍ବ ସ୍ତରରେ ଆମାଜନର ପ୍ରଥମ ପବନ-ସୌର ହାଇବ୍ରିଡ ପ୍ରକଳ୍ପ ହୋଇଛି ବୋଲି କହିଛନ୍ତି ଆମାଜନ ଇଣ୍ଡିଆର ଗ୍ରାହକ ଯୋଗଣ ନିଦ୍ଦେଶକ ଅଭିନବ ସିଂହ। ସେ କହିଛନ୍ତି ୨୦୨୫ ସୁଦ୍ଧା ବୈଶ୍ବିକ ସ୍ତରରେ ୧୦୦ ପ୍ରତିଶତ ନବୀକରଣ ଯୋଗ୍ୟ ଶକ୍ତି ଦ୍ବାରା ପରିଚାଳିତ କରିବାକୁ ଲକ୍ଷ୍ୟ ରହିଛି ଏବଂ ଆଗାମୀ ସମୟରେ ଭାରତରେ ସରକାରୀ ଏବଂ ଶିଳ୍ପ ଷ୍ଟେକ୍‌ହୋଲ୍ଡରଙ୍କ ସହ କାମ କରିବା ନେଇ ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଆମେ ୭୨୦ ମେଗାଓ୍ବାଟ୍ ଅକ୍ଷୟ ଶକ୍ତି କ୍ଷମତା ଉତ୍ପାଦନ କରିବା ପ୍ରକଳ୍ପ ପହଞ୍ଚିଛୁ।

ନୂଆ ପ୍ରକଳ୍ପ ନୂତନ ଏବଂ ଅକ୍ଷୟଶୀଳ ଶକ୍ତି ଏମଏନଆରଇ ଓ୍ବିଣ୍ଡ୍-ସୋଲାର ହାଇବ୍ରିଡ୍ ପଲିସି ସଭାଗିତାରେ ଲଞ୍ଚ ହୋଇଛି । ଆମାଜନ ଇଣ୍ଡିଆ ତରଫରୁ କୁହାଯାଇଛି ଯେ ଏହା ବ୍ୟାପାରକୁ କାର୍ବନ-ବିହୀନ କରିବାକୁ ଚାହୁଛି। ୨୦୨୧ ସୁଦ୍ଧା ଆମାଜନ ୮୫% ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାର କରୁଥିଲା। ଏସିଆରେ ଆମାଜନ ବର୍ତ୍ତମାନ ୧୭ ୟୁଟିଲିଟି ପ୍ରକଳ୍ପ ରହିଛି ଯାହାର କ୍ଷମତା ୧୬୦୦ ମେଗାଓ୍ବାଟରୁ ଅଧିକ ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ