ଦେଶ ବିଦେଶ

ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି କୌଣସି ଭେଦଭାବ ନାହିଁ: ମୋଦୀ

ନୂଆଦିଲ୍ଲୀ: ଭାରତୀୟ ସମାଜରେ କୌଣସି ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ରିଟିସ ବିଜ୍‌ନେସ୍ ଦୈନିକ ‘ଫାଇନାନ୍ସିଆଲ ଟାଇମ୍ସ’ (ଏଫ୍‌ଟି)କୁ ଏକ ବିରଳ ସାକ୍ଷାତ୍‌କାର ଦେଇ ମୋଦୀ କହିଛନ୍ତି, ଆମ ଦେଶରେ ଉପଲବ୍ଧ ସ୍ୱାଧୀନତାକୁ ବ୍ୟବହାର କରି ପ୍ରତିଦିନ ସମ୍ପାଦକୀୟ, ଟିଭି ଚ୍ୟାନେଲ, ସୋସିଆଲ ମିଡିଆ, ଭିଡିଓ, ଟ୍ୱିଟ୍ ଇତ୍ୟାଦି ମାଧ୍ୟମରେ ଆମ ଉପରେ ଏହି ଅଭିଯୋଗ ଲଦିଦିଆଯାଉଛି।
ଭାରତରେ ୨୦୦ ନିୟୁତ ସଂଖ୍ୟାଲଘୁଙ୍କ ଭବିଷ୍ୟତ କ’ଣ ବୋଲି ପଚରାଯିବାରୁ ମୋଦୀ ଦେଶର ମୁସଲମାନମାନଙ୍କ ବିଷୟରେ ସିଧାସଳଖ କୌଣସି ଉଲ୍ଲେଖ କରି ନ ଥିଲେ। ଏହା ବଦଳରେ ସେ ଭାରତର ପାର୍ସିମାନଙ୍କର ଅର୍ଥନୈତିକ ସଫଳତା ବିଷୟରେ କହିଥିଲେ। ବିଶ୍ୱର ଅନ୍ୟ ସ୍ଥାନରେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନେ ଭାରତରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇଛନ୍ତି, ଖୁସିରେ ଅଛନ୍ତି ଏବଂ ସମୃଦ୍ଧ ହେଉଛନ୍ତି ବୋଲି ମୋଦୀ କହିଛନ୍ତି। ଏହା ଦର୍ଶାଉଛି ଯେ ଭାରତୀୟ ସମାଜରେ କୌଣସି ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବର ଭାବନା ନାହିଁ।

ମୋଦୀ ସରକାର ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା, ନାଗରିକ ସମାଜକୁ ନିୟନ୍ତ୍ରଣ କରୁଥିବା ଏବଂ ଦେଶର ମୁସଲମାନ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ କରୁଥିବା ଅଭିଯୋଗ ଉପରେ ପ୍ରଶ୍ନ ହେବାରୁ ମୋଦୀ ହସି କହିଥିଲେ ଯେ ତାଙ୍କ ସମାଲୋଚକମାନଙ୍କର ଅଭିଯୋଗ କରିବାର ଅଧିକାର ଅଛି। କିନ୍ତୁ ଅନ୍ୟମାନଙ୍କର ତଥ୍ୟ ସହିତ ପ୍ରତିକ୍ରିୟା ଦେବାର ମଧ୍ୟ ସମାନ ଅଧିକାର ଅଛି। ବାହାର ଲୋକମାନଙ୍କର ଭାରତକୁ ହେୟଜ୍ଞାନ କରିବାର ଦୀର୍ଘ ଇତିହାସ ରହିଛି। ୧୯୪୭ ମସିହାରେ ଯେତେବେଳେ ଭାରତ ସ୍ୱାଧୀନ ହେଲା, ସେତେବେଳେ ଇଂରେଜମାନେ ଭାରତର ଭବିଷ୍ୟତକୁ ନେଇ ଭୟଙ୍କର ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଆମେ ଦେଖିଛୁ ଯେ ସେହି ଭବିଷ୍ୟବାଣୀ ଏବଂ ପୂର୍ବଧାରଣା ସବୁ ମିଥ୍ୟା ପ୍ରମାଣିତ ହୋଇଛି। ଯେଉଁମାନେ ତାଙ୍କ ସରକାର ଉପରେ ସନ୍ଦେହ କରୁଛନ୍ତି ସେମାନେ ମଧ୍ୟ ଭୁଲ୍ ପ୍ରମାଣିତ ହେବେ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ