ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାରତରେ ଖୁବ ଶୀଘ୍ର ଇଲେକ୍ଟ୍ରିକ୍ ସ୍କୁଟର୍ ଲଞ୍ଚ୍ କରିବ ଓଲା: କମ୍ ଟଙ୍କାରେ ଦେବ ଅଧିକ ମାଇଲେଜ୍

ନୂଆଦିଲ୍ଲୀ ୨୩/୧୧ : ଭାରତରେ କ୍ୟାବ ସେବା ଯୋଗାଉଥିବା କମ୍ପାନୀ ଓଲା ଖୁବ ଶୀଘ୍ର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଭାରତରେ ମେନୁଫେକଚରିଂ ହବ କରିବାକୁ ମଧ୍ୟ ବିଚାର କରୁଛି। ଏଥିପାଇଁ କିଛି ରାଜ୍ୟର ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରିଛି। ଓଲା ନିକଟରେ ଘୋଷଣା କରିଥିଲା ଯେ ଖୁବ ଶୀଘ୍ର ଭାରତରେ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବ। ଓଲା ସ୍କୁଟର ପାଇଁ ନେଦରଲ୍ୟାଣ୍ଡର କମ୍ପାନୀ Etergo BV କୁ ଅଧିଗ୍ରହଣ କରିଛି ଯିଏ ଓଲା ଇଲେକ୍ଟ୍ରିକ ସ୍କୁଟର ତିଆରି କରିବ। କମ୍ପାନୀ ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ସ୍କୁଟର ଲଞ୍ଚ କରିପାରେ।


Etergo BV ଏମିତି ଇଲେକ୍ଟ୍ରିକ ସ୍କୁଟର ତିଆରି କରିଛି ଯାହାକୁ ଥରେ ଚାର୍ଜ କଲେ ପାଖାପାଖି ୨୪୦ କିଲୋମିଟର ଚାଲିବ। କମ ଟଙ୍କାରେ ଅଧିକ ମାଇଲେଜ ଦେଉଥିବା ଏକ ସ୍କୁଟର ଭାରତକୁ ଆଣିବା ଓଲାର ଉଦ୍ଦେଶ୍ୟ। ଭାରତରେ ବର୍ତ୍ତମାନ ଦୁଇ କୋଟି ସ୍କୁଟର ଅଛି। ଏଠାରେ ଇଲେକ୍ଟ୍ରିକ ସ୍କୁଟରର ଭବିଷ୍ୟତ ମଧ୍ୟ ଉଜ୍ବଳ।


ଓଲାର ଏହି ଇଲେକ୍ଟ୍ରିକ ସ୍କୁଟର Etergo BV ପ୍ଲାଣ୍ଟରେ ହିଁ ତିଆରି ହେବ କିନ୍ତୁ ଓଲା ଚାହୁଁଛି ଯେ ସେ ଭାରତରେ ସମ୍ପୂର୍ଣ ଉତ୍ପାଦନ କରୁ। ଭାରତରେ ମେନୁଫେକ୍ଚର କଲେ ଖର୍ଚ୍ଚ କମ ହେବ। ଏଥିପାଇଁ କମ୍ପାନୀ ଅନେକ ରାଜ୍ୟ ସହ କଥାବାର୍ତ୍ତା କରୁଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ