ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତକୁ ସହାୟତା ଓ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇଦେବ ଆମେରିକା

ନୂଆଦିଲ୍ଲୀ: ଭାରତରେ କରୋନାଭାରସ୍‌ ସଂକ୍ରମଣ ପ୍ରବଳ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି ଓ ଭାରତ ସରକାରଙ୍କୁ ତୁରନ୍ତ ଅତିରିକ୍ତ ସହାୟତା ସହ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇ ଦେବା ପାଇଁ ଯୋଜନା କରିଥିବା କଥା ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ର ଜଣେ ମୁଖପାତ୍ରୀ କହିଛନ୍ତି।

ଭାରତବାସୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବା ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ମଧ୍ୟ ଟୁଇଟ୍‌ କରି ଜଣାଇଛନ୍ତି।

ସେ ଲେଖିଛନ୍ତି, ଭୟାବହ କୋଭିଡ୍-୧୯ ସଂକ୍ରମଣ ବାତାବରଣରେ ଥିବା ଭାରତବାସୀଙ୍କ ପ୍ରତି ଆମର ସମବେଦନା। ଭାରତ ସରକାରଙ୍କ ସହ ଥିବା ଆମର ଅଂଶୀଦାରମାନଙ୍କ ସହ ଆମେ ନିବିଡ଼ ଭାବେ କାର୍ଯ୍ୟ ଚଳାଇଛୁ। ଭାରତବାସୀ ଏବଂ ଭାରତୀୟ ସ୍ବାସ୍ଥ୍ୟ ସେବା ନାୟକମାନଙ୍କୁ ଆମେ ଅବିଳମ୍ବେ ଅତିରିକ୍ତ ସହାୟତା ଯୋଗାଇ ଦେବୁ।


ମୁଖପାତ୍ରୀଜଣକ ଆହୁରି ମଧ୍ୟ କହିଛନ୍ତି, ଆମେ ଉଚ୍ଚସ୍ତରରେ ସକ୍ରିୟ ଆଲୋଚନା ଚଳାଇଛୁ ଏବଂ ଏହି ସଦ୍ୟତମ ପ୍ରବଳ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଅବିଳମ୍ବେ ଅତିରିକ୍ତ ସହାୟତା ଏବଂ ସ୍ବାସ୍ଥ୍ୟସେବା କର୍ମୀ ଯୋଗାଇ ଦେବୁ। ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଆମେ ଅଧିକ ସୂଚନା ଦେବୁ।

ହ୍ବାଇଟ୍‌ ହାଉସ୍‌ର ଜାତୀୟ ନିରାପତ୍ତା ପରାମର୍ଶଦାତା, ଜେକ୍‌ ସଲିଭାନ୍‌ ମଧ୍ୟ କହିଛନ୍ତି, ଭାରତରେ କୋଭିଡ୍‌-୧୯ ଭୀଷଣ ବ୍ୟାପିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍‌ ଉଦ୍‌ବିଗ୍ନ। ସାହସର ସହ ଭାରତରେ ଏହି ମହାମାରୀର ମୁକାବିଲା କରୁଥିବା ଆମର ବନ୍ଧୁ ଏବଂ ଅଂଶୀଦାରମାନଙ୍କୁ ଅଧିକ ସାମଗ୍ରୀ ଏବଂ ସହାୟତା ଯୋଗାଇ ଦେବା ପାଇଁ ଆମେ ଅହର୍ନିଶ କାର୍ଯ୍ୟ ଚଳାଇଛୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ