ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତକୁ ‘ଟେସ୍‌ଲା’ ଆଣିବେ ‘ମୋଦୀଙ୍କ ପ୍ରଶଂସକ’ ଏଲନ୍‌ ମସ୍କ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପାଇଁ ଉପଯୁକ୍ତ କାମ କରିବାକୁ ଚାହୁଁଛନ୍ତି ବୋଲି ମଙ୍ଗଳବାର ଦିନ ‘ଟେସ୍‌ଲା’ ‘ସିଇଓ’ ଏଲନ୍‌ ମସ୍କ୍‌ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାକୁ ୩ ଦିନିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ‘ଲୋଟି ନ୍ୟୁୟର୍କ ପାଲେସ୍‌ ହୋଟେଲ୍‌’ରେ ଏଲନ୍‌ ମସ୍କ୍‌ଙ୍କୁ ଭେଟିଥିଲେ। ସାମ୍ବାଦିକମାନଙ୍କୁ ମସ୍କ୍‌ କହିଲେ, ଖୁବ୍‌ ଚମତ୍କାର ଆଲୋଚନା ହେଲା। ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତପ୍ରତି ଯତ୍ନଶୀଳ। ଭାରତରେ ଉଲ୍ଲେଖନୀୟ ନିବେଶ ପାଇଁ ସେ ଆମକୁ ଉତ୍ସାହ ଦେଉଛନ୍ତି। ନୂଆ କମ୍ପାନିମାନଙ୍କ ପ୍ରତି ସେ ଖୁବ୍‌ ଉନ୍ମୁକ୍ତ ଏବଂ ସମର୍ଥନକାରୀ ମଧ୍ୟ। ମୁଁ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ। ସୌରଶକ୍ତି ନିବେଶ କ୍ଷେତ୍ରରେ ଭାରତର ଖୁବ୍‌ ଖ୍ୟାତି ରହିଛି। ଭାରତକୁ ‘ଷ୍ଟାର୍‌ଲିଙ୍କ୍‌’ ଇଣ୍ଟର୍‌ନେଟ୍‌ ଆଣିବା ଲାଗି ଆମେ ଆଶା କରୁଛୁ।

ମସ୍କ୍‌ ଆହୁରି ମଧ୍ୟ କହିଲେ, ଭାରତର ଭବିଷ୍ୟତ ପ୍ରତି ମୁଁ ଖୁବ୍‌ ଉତ୍ସାହୀ। ବିଶ୍ବର ଯେକୌଣସି ବଡ଼ ରାଷ୍ଟ୍ର ଅପେକ୍ଷା ଭାରତ ଅଧିକ ପ୍ରତିଶ୍ରୁତିବଦ୍ଧ ବୋଲି ମୋର ମନେହୁଏ। ‘ଟେସ୍‌ଲା ଇଣ୍ଡିଆ’ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯଥାଶୀଘ୍ର ସମ୍ଭବ ‘ଟେସ୍‌ଲା’ ଭାରତକୁ ଯିବ ବୋଲି ମୋର ଦୃଢ଼ ବିଶ୍ବାସ। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଔପଚାରିକ ଉଦ୍‌ଘୋଷଣା କରାଯିବ।

Image Courtesy of NDTV

ଏହାଛଡ଼ା, ମୁଁ ମଧ୍ୟ ଭାରତ ଗସ୍ତରେ ଯିବାକୁ ଆଗ୍ରହୀ, ଆସନ୍ତା ବର୍ଷ ଯିବି ବ‌ୋଲି ମସ୍କ୍‌ କହିଛନ୍ତି।

ଶକ୍ତିଠାରୁ ଆରମ୍ଭ କରି ଅଧ୍ୟାତ୍ମିକତା ପର୍ଯ୍ୟନ୍ତ ଆଲୋଚନା ହେଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଲନ୍‌ ମସ୍କ୍‌ଙ୍କ ସହିତ କରିଥିବା ଆଲୋଚନା ବିଷୟରେ କହିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ଆଜି ଏଲନ୍‌ ମସ୍କ୍‌ଙ୍କ ସହିତ ଉତ୍ତମ ସାକ୍ଷାତ ହେଲା। ଶକ୍ତିଠାରୁ ଆରମ୍ଭ କରି ଅଧ୍ୟାତ୍ମକତା ପ୍ରସଙ୍ଗ ପର୍ଯ୍ୟନ୍ତ ଅନେକ ବିଷୟରେ କଥା ପଡ଼ିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ