ଖେଳ ଦେଶ ବିଦେଶ

ଭାରତକୁ ଝଟକା : ସେମିରେ ହାରିଲା ପୁରୁଷ ହକି ଦଳ, ଫାଇନାଲରେ ବେଲଜିୟମ୍

ଜାପାନ ୦୩/୦୮: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ । ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ । ଏବେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବିଶ୍ୱ ଚମ୍ପିଆନ୍‌ ବେଲଜିୟମ୍‌ ଦଳ ଭାରତକୁ ମାତ୍‌ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରେବଶ କରିଛି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳର ପରାଜୟ ପରେ ଭାରତୀୟ ଦଳର ମନୋବଳକୁ ବଢାଇଛନ୍ତି । ସେ କହିଛନ୍ତି ହାର ଜିତର କୌଣସି ମୂଲ୍ୟ ନାହିଁ । ଆଗାମୀ ମ୍ୟାଚ ପାଇଁ ନିଜର ଚେଷ୍ଟା ଜାରି ରଖିବାକୁ ସେ ଶୁଭକାମନା ଜଣାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ