ଖେଳ ଦେଶ ବିଦେଶ

‘ଭାରତକୁ ଅକ୍ସିଜେନ୍ ଦରକାର, ସାହାଯ୍ୟ ପାଇଁ ଆଗକୁ ଆସନ୍ତୁ’ : ପାକିସ୍ତାନୀଙ୍କୁ ନିବେଦନ କଲେ ରାଓ୍ୱଲପିଣ୍ଡି ଏକ୍ସପ୍ରେସ୍

ଲାହୋର,୨୫/୦୪: ଭାରଚରେ କରୋନା ସ୍ଥିତି ସାଙ୍ଘାତିକ ରହିଛି । ଦୈନିକ ୩ ଲକ୍ଷରୁ ଢେର୍ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୨୭୦୦ ଉପରେ ରହୁଛି । ଏହି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ମଲ୍ଲିକ ନିଜ ଦେଶର ଲୋକଙ୍କୁ ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

ସୋଏବ କହିଛନ୍ତି ଯେ, ଭାରତରେ ଅକ୍ସିଜେନ ସିଲିଣ୍ଡରରର ଘୋର ସଙ୍କଟ ଦେଖାଦେଇଛି । ଦ୍ୱିତୀୟ ଲହରରେ ଭାରତର ସ୍ଥିତି ଖରାପ ରହିଛି । ଏଥିପାଇଁ ପାକିସ୍ତାନୀମାନେ ଆଗକୁ ଆସି ଭାରତକୁ ସାହାଯ୍ୟ କରନ୍ଚୁ । ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

ରାଓ୍ୱଲପିଣ୍ଡି ଏକ୍ସପ୍ରେସ୍ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଦୈନିକ ୪ ଲକ୍ଷ ପାଖାପାଖି କେସ୍ ବାହାରୁଛି । ସମସ୍ତେ ଏକଜୁଟ ହୋଇ ଏହି ଲଢେଇରେ ଭାରତକୁ ସାହାଯ୍ୟ କରିବା ଜରୁରୀ । ଭାରତର ଭାଇ-ଭଉଣୀ ଓ ବୃଦ୍ଧ ସମସ୍ତଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ ସହର କରୋନା ଜାଲରେ ଫସିଛି । କୌଣସି ସରକାର ପାଇଁ ଏହି ସ୍ଥିତିର ମୁକାବିଲା କରିବା ସମ୍ଭବ ନୁହେଁ । ଏଥିପାଇଁ ପାକିସ୍ତାନୀ ନାଗରିକ ଓ ସରକାର ଆଗକୁ ଆସିବା ଦରକାର । ଏହାସହ ଭାରତ ପାଇଁ ଫଣ୍ଡ୍ ଏକାଠି କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।

ଆହୁରି ମଧ୍ୟ ରମଜାନ ମାସରେ ସୋଏବ ଭାରତ, ପାକିସ୍ତାନ ସମେତ ବିଶ୍ୱର ତମାମ ମୁସଲମାନଙ୍କୁ ଭାରତ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ