ଆଦିଲ୍ଲୀ ୦୮।୦୨ : ଆଣ୍ଡ ଟିଭିର ଟେଲି ଧାରାବାହିକ ତଥା ଲୋକପ୍ରିୟ କମେଡି ଶୋ’ ‘ଭାବିଜୀ ଘର ପର ହୈଁ’ ସମସ୍ତଙ୍କ ଘରେ ଘରେ ପରିଚିତ । ହେଲେ ଗତ କିଛି ମାସ ହେବ ଲଗାତାର ଭାବରେ ଅସୁବିଧାର ସମ୍ମୁଖୀନ ହେଉଥିଲା । ଏବେ ଏହି ଶୋ’ର ଷ୍ଟାର କାଷ୍ଟରେ ପୁଣି ଥରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନ ଅଭିନେତ୍ରୀ ନେହା ପେଣ୍ଡସେ ମଧ୍ୟ ଶୋ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ମେକର୍ସମାନଙ୍କ ସେମାନେ ଏକ ନୂଆ ଅନୀତା ଭାବି ଖୋଜିବାରେ ଲାଗି ପଡିଛନ୍ତି ।
ନିର୍ମାତାମାନେ ବର୍ତ୍ତମାନ ଏହାର ଅଡିସନ୍ ନେଉଛନ୍ତି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ଏହି ଭୂମିକା ପାଇଁ ଫ୍ଲୋରା ସୋନିଙ୍କୁ ଆପ୍ରୋଚ୍ କରିଥିଲେ । ସୌମ୍ୟା ଟଣ୍ଡନଙ୍କ ଶୋ ଛାଡିବା ପରେ ନିର୍ମାତାମାନେ ନେହା ପେଣ୍ଡସେ ପୂର୍ବରୁ ଫ୍ଲୋରା ସୋନିଙ୍କୁ ଏହି ଭୂମିକା ପାଇଁ ଅଫର କରିଥିଲେ କିନ୍ତୁ କୌଣସି କାରଣରୁ ତାଙ୍କୁ ଏହି ଅଫରକୁ ମନା କରିବାକୁ ପଡିଥିଲା। ହେଲେ ବର୍ତ୍ତମାନ ନିର୍ମାତାମାନେ ଫ୍ଲୋରା ସୋନିଙ୍କ ନାମ ନିଶ୍ଚିତ କରିନାହାଁନ୍ତି । କାରଣ ଅଭିନେତ୍ରୀଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ପାରି ନାହିଁ ।
ହେଲେ କୁହାଯାଉଛି ଅଭିନେତ୍ରୀ ଫ୍ଲୋରା ସୋନି ଏହି ଶୋର ନୂଆ ଅନୀତା ଭାବିଙ୍କ ଭୂମିକାରେ ନଜର ଆସି ପାରନ୍ତି ବୋଲି ଜଣାପଡିଛି। ତାହା ଅଫିସିଆଲି ଭାବେ ସ୍ପଷ୍ଟ ହୋଇ ନାହିଁ। ନେହା ପେଣ୍ଡସେ ଏହି ଶୋ’ରେ ଅନୀତା ଭବୀଙ୍କ ଚରିତ୍ରରେ ନଜରର ଆସୁଥିଲେ। କିନ୍ତୁ ଖୁବ୍ ଶୀଘ୍ର ସେ ଏହାକୁ ବିଦାୟ ଦେବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନ ଖବର ଆସିଛି କି ଶୋ’ର ନିର୍ମାତାମାନେ ଅନୀତା ଭାବିଙ୍କ ଭୂମିକା ପାଇଁ ଫ୍ଲୋରା ସୋନିଙ୍କୁ ନେବା ପାଇଁ ଚିନ୍ତା କରୁଛନ୍ତି ।ଅଭିନେତ୍ରୀ ଫ୍ଲୋରା ସୋନି ଦୁଇଟି ଟେଲିଭିଜନ ଶୋ’ରେ ଏବଂ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ଦବଙ୍ଗ-୨ , ବେଗମ୍ ଜାନ ଏବଂ ସ୍ତ୍ରୀ ଭଳି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଂଶ ଗ୍ରହଣ କରିଥିଲେ।

