ଦେଶ ବିଦେଶ ମନୋରଞ୍ଜନ

‘ଭାବିଜୀ ଘର ପର୍ ହୈଁ’ର ଶୋ’ ଛାଡିବେ ନେହା ପେଣ୍ଡସେ, କିଏ ହେବ ନୂଆ ଅନୀତା

ମୁମ୍ବାଇ ୦୩।୦୨: ଟେଲି ଧାରାବାହିକ ତଥା ଲୋକପ୍ରିୟ ଶୋ ‘ଭାବିଜୀ ଘର ପର ହୈଁ ସମସ୍ତଙ୍କ ପ୍ରିୟ । ଏହି ଶୋ ସମସ୍ତଙ୍କ ଘରେ ଘରେ ପରିଚିତ । ହେଲେ ଗତ କିଛି ମାସ ହେବ ଲଗାତାର ଭାବରେ ଅସୁବିଧାର ସମ୍ମୁଖୀନ ହେଉଛି । ୨୦୨୦ ମସିହାରେ, ଶୋ’ର ମୁଖ୍ୟ ଚରିତ୍ର ଅନୀତା ଭାବି ଭୂମିକାରେ ଅଭିନୟ କରିଥିବା ସୌମ୍ୟା ଟଣ୍ଡନ୍ ନିକଟରେ ଶୋ ଛାଡିଥିଲେ। ଏବେ ଏହି ଶୋ’ର ଷ୍ଟାର କାଷ୍ଟରେ ପୁଣି ଥରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଥାନରେ ଅଭିନେତ୍ରୀ ନେହା ପେଣ୍ଡସେ ମଧ୍ୟ ଶୋ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ମେକର୍ସମାନଙ୍କ ପାଇଁ ଏବେ ପୁଣି ଥରେ ଚିନ୍ତା ବଢିଯାଇଛି । ସେମାନେ ଏକ ନୂଆ ଅନୀତା ଭାବି ଖୋଜିବାରେ ଲାଗିପଡିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନୀତା ଭାବି ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ନେହା ପେଣ୍ଡସେ ଏହି ଶୋକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ନିର୍ମାତାମାନେ ଏପରି ଅଭିନେତ୍ରୀଙ୍କୁ ଖୋଜୁଛନ୍ତି ଯିଏ ନେହାଙ୍କୁ ବଦଳାଇ ଅନୀତା ଭାବି ଭୂମିକାରେ ଫିଟ୍ ହୋଇପାରିବେ । ନେହାଙ୍କ ଏକ ବର୍ଷର ଏଗ୍ରିମେଣ୍ଟ ଏପ୍ରିଲ୍ ୨୦୨୨ ରେ ଶେଷ ହେଉଛି । ହେଲେ ସେ ଏହାକୁ ରିନ୍ୟୁ କରିବାକୁ ଚାହୁଁ ନାହାଁନ୍ତି। କାହିଁକି ନା ଶୋ ଛାଡିବାର ମୁଖ୍ୟ କାରଣ ହେଉଛି ସୁଟିଂ ସେଟରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ ଦୂର ଯାତ୍ରା କରିବାକୁ ପଡୁଛି। ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ତେଣୁ ସେ ଶୋ’ ଛାଡିବାକୁ ଚାହୁଁଛନ୍ତି। ନେହା ହୁଏତ ଶୋ’କୁ ଅଫିସିଆଲି ଭାବେ ଛାଡି ନାହାନ୍ତି। କିନ୍ତୁ ନିର୍ମାତା ଏହି ଭୂମିକା ପାଇଁ ଅନେକ ଅଭିନେତ୍ରୀଙ୍କର ଅଡିସନ୍ ନେଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ