ମନୋରଞ୍ଜନ

ଭାଙ୍ଗିବାରୁ ଗଢ଼ିବାର ସୃଷ୍ଟି

‘ଯାହା ଆମକୁ ଭାଙ୍ଗି ଦିଏ, ତାହା ମଧ୍ୟ ଆମକୁ ଦିନେ ଗଢ଼ିଦିଏ।’ ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍ ଏଭଳି ସାରାଂଶ କଥାଟିଏ ନିଜର ପ୍ରଶଂସକମାନଙ୍କୁ କହିଛନ୍ତି। ବିଶ୍ବ ହେଉ କି ଭାରତ; ଯେଭଳି ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି, ଏ ସମୟରେ ଏକାଏକା ଥିବା ମଣିଷ କେତେ କ’ଣ ଗଠନମୂଳକ ଭାବନାରେ ବୁଡ଼ି ରହୁଛନ୍ତି, କ୍ରୀତି ବା ଏଥିରୁ ବାଦ୍ ପଡ଼ନ୍ତେ କେମିତି? କ୍ରୀତି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ତାଙ୍କ ପ୍ରଶଂସକମାନଙ୍କ ସହ ସିଧାସଳଖ ଆଳାପ କରିଛନ୍ତି।

କ୍ରୀତି କହିଛନ୍ତି, ଏ ଦୁଃସମୟରେ ଚାରିଆଡ଼େ ଘୋଟିଥିବା ଘନ ଅନ୍ଧକାର ଭିତରେ ମୁଁ ପ୍ରତି ମୁହୂର୍ତ୍ତରେ ଦେଖିପାରୁଛନ୍ତି ଯେ ମୋ ଆଖି ସାମ୍‌ନାରେ ଶୁଭ୍ରଜ୍ୟୋତି ପରି କିଛି ଉଦ୍‌ଭାସିତ ହେଉଛି। ସେ କହିଥିବା କିଛି ସମୟର ଆଳାପ ଆଲୋଚନାର ସାରାଂଶକୁ ଏକ କ୍ୟାପସନ୍ ଦେଇଛନ୍ତି। କ୍ୟାପସନ୍‌ଟି ହେଉଛି, ‘ମେ ଔର୍ ମେରି ତନହାଇ ଅକ୍ସର ବାତେଁ କିୟା କରତେ ହେଁ’। ଚଳଚ୍ଚିତ୍ର ‘ହିରୋପନ୍ତି’ରୁ ବଲିଉଡ୍ ଜଗତରେ ପାଦ ଦେଇଥିବା କ୍ରୀତି ଏହା ଭିତରେ ଦିଲୱାଲେ, ରବତା, ବରେଲି କୀ ବର୍ଫି, ଲୁକା ଚୁପି, ଅର୍ଜୁନ ପଟିଆଲା, ହାଉସଫୁଲ-୪, ପାନିପଥ୍‌ ଆଦି ଫିଲ୍ମରେ ନାୟିକା ସାଜି ନିଜ ଅଭିନୟ ନିପୁଣତା ଦେଖାଇ ସାରିଲେଣି। ସିରିୟସ୍ ଭୂମିକାକୁ ବାଦ୍ ଦେଲେ ତାଙ୍କ ହାଲକାଫୁଲକା ନୃତ୍ୟ ଓ ଅଭିନୟ ସ୍ତ୍ରୀ, ଅଂଗ୍ରେଜି ମିଡିୟମ୍, କଲଙ୍କ ଓ ପତି ପତ୍ନୀ ଓୗର ବୋ’ରେ ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ