ଖେଳ ଦେଶ ବିଦେଶ

‘ଭାଗ୍ୟ ବିରାଟ କୋହଲିଙ୍କ ସାଥିରେ ନାହିଁ’ : ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ, ୧୧।୦୨ : ଲଗାତର ବିଫଳ ହେଉଛନ୍ତି ବିରାଟ କୋହଲି । ଚାଲୁନି ବ୍ୟାଟ୍ । ବାହାରୁନି ରନ୍ । ଯାହାକୁ ନେଇ ଭାରତୀୟ ଦଳର ଚିନ୍ତା ବଢିଯାଇଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦୁଇଟି ଦିନିକିଆରେ ବିରାଟ ଫେଲ୍ ମାରିଥିଲେ । ପ୍ରଥମ ଦିନିକିଆରେ ମାତ୍ର ୮ ରନ୍ କରିଥିଲେ ରନ୍ ମେସିନ୍ ବିରାଟ । ଅନେକ ମ୍ୟାଚ୍ ଖେଳିଥିଲେ ବି ସେ ୭୧ତମ ଶତକ ପୂରଣ କରିପାରୁ ନାହାଁନ୍ତି । ତେବେ ବିରାଟଙ୍କ ଫର୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁନୀଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ଯେ, ବଡ ପାଳି ଖେଳିବାକୁ ଊାଗ୍ୟ ସାଥ୍ ଦେବା ଦରକାର । ସବୁ ବ୍ୟାଟସମ୍ୟାନଙ୍କୁ ଅଳ୍ପ ବହୁତ ଭାଗ୍ୟର ସହଯୋଗ ଦରକାର । ଯଦି ଭାଗ୍ୟ ଭଲ ଥାଏ ତେବେ ଫିଲ୍ଡର କ୍ୟାଚ୍ ମିସ୍ କରନ୍ତି । ନହଲେ ବ୍ୟାଟରେ ଅଳ୍ପ ବଲ୍ ବାଜିଲେ ବି ଫିଲ୍ଡର ବଲ୍ ଧରି ପକାନ୍ତି ।

ସେହିପରି ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବଲର ଇଆନ ବିଶପ୍ କହିଛନ୍ତି ଯେ, ଇଣ୍ଡିଜ ବୋଲର ବିରାଟଙ୍କ ବିପକ୍ଷରେ ଭଲ ବୋଲିଂ କରିଛନ୍ତି । ବୋଲର ସଟ୍ ବଲକୁ ଭଲ ବୋଲିଂ କରିଥିଲେ । ଓଡିୟନ ସ୍ମିଥ୍ ବିରାଟଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଥିଲେ ।

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନିକିଆରେ ବିରାଟ କୋହଲି ୧୮ ରନ୍ କରିଥିବା ବେଳେ ଓଡିୟନ ସ୍ମିଥଙ୍କ ଶିକାର ହୋଇଥିଲେ । ବିରାଟଙ୍କ ବ୍ୟାଟରୁ ଶେଷ ଦିନିକିଆ ଶତକ ୨୦୧୯ରେ ବାହାରିଥିଲା । ତା ପରଠୁ ବିରାଟ ବଡ ପାଳି ଖେଳିବାରେ ଲଗାତର ବିଫଳ ହେଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ