କଳା ଓ ସଂସ୍କୃତି ଧର୍ମ

‘ଭାଗବତ ସପ୍ତା’ର ବାର୍ତ୍ତା

‘ଭାଗବତ’ ହେଉଛି ‘ପରମଶାସ୍ତ୍ର’। ଏ ସଂପର୍କରେ କୁହାଯାଇଛି, “ପରମଶାସ୍ତ୍ର ଭାଗବତ / ଅଭ୍ୟାସ କରୁଥିବ ନିତ୍ୟ।’’ ଏପରି ଉକ୍ତି ‘ଭାଗବତ ବାଣୀ’ ରୂପେ କଥିତ ହୁଏ। ସେହିପରି, ଭାଗବତ ଗ୍ରନ୍ଥ ବା ପୋଥିର ଆସ୍ଥାନକୁ କୁହାଯାଏ ‘ଭାଗବତ ଗାଦି’। ଏହି ଭାଗବତ ଗ୍ରନ୍ଥ ବା ପୋଥି ରହିବା ଘର ବା ଏହା ପଢ଼ା ହେଉଥିବା ସ୍ଥାନ ‘ଭାଗବତ ଘର’ ବା ‘ଭାଗବତ ଟୁଙ୍ଗି’ ନାମରେ ପରିଚିତ ହୁଏ।

ଭାଗବତ ଗ୍ରନ୍ଥ ବା ପୋଥିକୁ ଦେବତାଜ୍ଞାନ କରାଯାଏ। ତାହାକୁ କୁହାଯାଏ ‘ଭାଗବତ ଗୋସାଇଁ’। ପୁଣି କୌଣସି ବ୍ୟକ୍ତିଙ୍କ ଠାରେ ଭାଗବତରେ ବର୍ଣ୍ଣିତ ଗୁଣାବଳୀ ଦେଖାଗଲେ, ତାହାକୁ ‘ଭାଗବତ ଲକ୍ଷଣ’ କୁହାଯାଏ।

ଏହିପରି, ଆମର ଜୀବନ, ସଂସ୍କୃତି ଓ ପରମ୍ପରା ବହୁ ଭାବରେ ଭାଗବତକୁ ନେଇ ଗଢ଼ି ଉଠିଛି। ଏଇଥିରୁ ସୃଷ୍ଟି ହୋଇଛି ‘ଭାଗବତ ସପ୍ତା’। ଏହା ‘ଭାଗବତ ସପ୍ତାହ’ର ଲୋକକଥିତ ରୂପ। ପାରମ୍ପରିକ ଭାବରେ ଏହା ଆରମ୍ଭ ହୁଏ କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀରୁ। କିନ୍ତୁ କୌଣସି କଥାକୁ ନେଇ ‘ମାରକ’ ଭୟ ଆଦି ଉପୁଜିଲେ, ଲୋକେ ‘ଭାଗବତ ସପ୍ତା’ ବସାନ୍ତି। ଏଥିରେ ଅହୋରାତ୍ର ସାତଦିନ ଧରି ପାଳିକରି ଭାଗବତ ପାଠ କରାଯାଏ ଏବଂ ଏହାର ଶେଷଦିନ ‘ଭାଗବତ ଗୋସାଇଁ’ଙ୍କୁ ବହୁ ପ୍ରକାରର ଭୋଗ ସାମଗ୍ରୀ ଅର୍ପଣ କରାଯାଇ ସେହି ଭୋଗକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। ଏହି ଭାଗବତ ପାଠର ପରିସମାପ୍ତିକୁ କୁହାଯାଏ ‘ଭାଗବତ ବଢ଼ା’। ଏହା ଲୋକସମାଜରେ ଏକ ସକରାତ୍ମକ ମନୋଭାବ ସୃଷ୍ଟି କରେ। ଭଗବତ୍‍ ବିଶ୍ୱାସ ଜନିତ ଆତ୍ମପ୍ରତ୍ୟୟରୁ ଲୋକଙ୍କର ମନର ବଳ ବୃଦ୍ଧିପାଏ।

ଏବେ କେବଳ ଆମ ରାଜ୍ୟରେ ନୁହେଁ, ସାରା ଦେଶରେ ଏବଂ ସମଗ୍ର ବିଶ୍ୱରେ ‘ଅତିମାରୀ’ କରୋନା ଜନିତ ଆତଙ୍କର ବାତାବରଣ। କିନ୍ତୁ ଆଗପରି ଆମର ‘ଭାଗବତ ସପ୍ତା’ର ପରମ୍ପରା ଆଉ ନାହିଁ। ତେଣୁ ଆମେ ନେତାଙ୍କ ଆହ୍ୱାନରେ କେତେବେଳେ ଥାଳି, ଘଣ୍ଟ ପିଟୁଛୁ ତ ଆଉ କେତେବେଳେ ଦୀପ ଜାଳି ସକରାତ୍ମକ ମନୋଭାବ ଓ ବାତାବରଣ ସୃଷ୍ଟିପାଇଁ ଚେଷ୍ଟା କରୁଛୁ।

ଏଣୁ ଏପରି ସାମୟିକ ଉତ୍ତେଜନାରେ ନମାତି, ଆମର ପାରମ୍ପରିକ ଓ ମହନୀୟ ପରମ୍ପରାକୁ ପୁଣି ଫେରିବାର ବାର୍ତ୍ତା ଏହି ‘ଭାଗବତ ସପ୍ତା’ ଆମକୁ ଦେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ