ନୀଳଗିରି ୨୭/୦୭: ଭାଇ ନାଁରେ କଳଙ୍କ । ଏଭଳି ଘୃଣ୍ୟ କାମ ସହଜରେ ସମାଜ ଗ୍ରହଣ କରିନଥାଏ । ହେଲେ ଜଣେ ଯୌନ ପିପାସୁ ଭାଇ ତାଙ୍କ ସମ୍ପର୍କିୟ ଭଉଣୀଙ୍କୁ ଦୁଷ୍କର୍ମ କରିବା ଭଳି ଅଭିଯୋଗ ଆସିଛି ।
ସୂଚନାଯୋଗ୍ୟ ଧୋବଶିଳା ପଞ୍ଚାୟତ ଅଧିନ ଆଗରିଆ ଗାଁର ଜଗନ୍ନାଥ ସିଂ ତାଙ୍କ ଘରେ କେହିନଥିବାର ସୁଯୋଗରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଉଠିଛି ।
ନାବାଳିକା ଜଣକ ତାଙ୍କର ସମର୍କୀୟ ଭଉଣୀ ବୋଲି ଜଣାପଡିଛି । ପୀଡିତା ଜଣକ ସ୍ଥାନୀୟ ସରପଞ୍ଚଙ୍କୁ ଧରି ନ୍ୟାୟ ପାଇଁ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।ପୋଲିସ ଘଟଣାକୁ ଗୁରୁତର ସହ ନେଇ ପ୍ରାଥମିକ ତଦନ୍ତ ଆରମ୍ବ କରିଛି ।
ଏନେଇ ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ନୀଳଗିରି ପୋଲିସ । ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।