ଭଦ୍ରକ ୦୯।୦୬ : ନାବାଳିକାଙ୍କର ଆତ୍ମହତ୍ୟା । ଭଡା ଘରେ ରହୁଥିବା ବେଳେ ଭାଇ କାମକୁ ଯିବା ପରେ ଆତ୍ମହତ୍ୟା କରିଛନ୍ତି ନାବାଳିକା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାଂସଡା ଥାନା ତେନ୍ତୁଳିଆଡ଼ିଆ ଗାଁର ଜୟରାମ ମହାଳିକଙ୍କ ନାବାଳିକା ଝିଅ ଓ ପୁଅ ଭଦ୍ରକ ଟାଉନ ଥାନା ମଠସାହିରେ ଘର ଭଡା ନେଇ ରହୁଥିଲେ। ଭାଇ ଖାଇବା ପରେ କାମକୁ ଯିବା ବେଳେ ଭାଇକୁ ନାବାଳିକା ମୋବାଇଲ ଦେଇଥିଲେ । ରାତିରେ ଭାଇ ଘରକୁ ଫେରି ଦେଖନ୍ତି ତ ଭଉଣୀ ଫାଶୀ ଦେଇଛନ୍ତି । ଏହାପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ଘଟଣାକୁ ନେଇ ସନ୍ଦେହ ହେବାରୁ ଯୁବତୀ ବ୍ୟବହାର କରୁଥିବା ମୋବାଇଲକୁ ଯାଞ୍ଚ ପାଇଁ ଟାଉନ ପୋଲିସକୁ ଦେଇଛନ୍ତି ପରିବାର ଲୋକେ । ଏବେ ଯାଏଁ ପୋଲିସ ନିକଟରେ ପରିବାର ଲୋକେ ଲିଖିତ ଏତଲା ଦେଇନାହାନ୍ତି।