ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ବର୍ଜ୍ୟବସ୍ତୁରୁ ଉପକରଣ, ରୋଜାଲିଙ୍କୁ ଦେଇଛି ରୋଜଗାର

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିମୁଣ୍ଡିଆ ଗ୍ରାମର ରୋଜାଲି ବାଡ଼ତ୍ୟା (୧୯)ଙ୍କୁ ରୋଜଗାର ଦେଇଛି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବିଭିନ୍ନ ଉପକରଣ। ଅବ୍ୟବହୃତ ବର୍ଜ୍ୟ ସାମଗ୍ରୀକୁ ବ୍ୟବହାର କରି ରୋଜାଲି ସୁନ୍ଦର ସୁନ୍ଦର ଘରକରଣା ଉପକରଣ ଓ ଖେଳଣା ତିଆରି କରି ଅଞ୍ଚଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଯାହା ରୋଜଗାର କରୁଛନ୍ତି ସେଥିରେ ତାଙ୍କ ପରିବାର ଚଳୁଛି। ୟୁ-ଟ୍ୟୁବ୍ ମାଧ୍ୟମରେ ସେ ଏହି କୌଶଳ ଶିକ୍ଷାଲାଭ କରିଥିବା ବେଳେ ପ୍ଲାଷ୍ଟିକ୍‌ ବୋତଲ, ପ୍ଲାଷ୍ଟିକ୍‌ ଦଉଡ଼ି, ସ୍ପଞ୍ଜ, ଦରଜୀ ଦୋକାନର ଅବ୍ୟବହୃତ ଓ ରଦି କପଡ଼ା, ମାଠିଆ, ସରା ଓ ଭଙ୍ଗା ଚେୟାର ରୋଜାଲିଙ୍କ କଞ୍ଚାମାଲ ପାଲଟିଛି।

ଏହାକୁ ବ୍ୟବହାର କରି ସେ ବିଭିନ୍ନ କିସମର ବୁକେ, ବୋତଲ କ୍ରାଷ୍ଟ, ଟେଡ଼ି, ଲଣ୍ଠନ ଡିଜାଇନ୍‌, ବାଇଚଢ଼େଇ ବସା, ମଟ୍‌କା ଡିଜାଇନ୍‌, ଗଛ, ତ୍ରିରଙ୍ଗା, ଚେୟାର୍‌, ସୋଫା ଓ ସ୍କୁଲ୍ ଟିଏଲ୍‌ଏମ୍‌ ପ୍ରସ୍ତୁତ କରୁଛନ୍ତି। ଏପରିକି ସ୍କୁଲ୍ ଓ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ତାଙ୍କୁ ଡକାଯାଉଛି। ଏପରି କରି ତାଙ୍କୁ ଖୁସି ଲାଗୁଥିବା ବେଳେ କିଛି ରୋଜଗାର ମଧ୍ୟ ହୋଇପାରୁଥିବା କହିଛନ୍ତି। ଏହି ବୃତ୍ତିକୁ ସେ ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ରୋଜାଲିଙ୍କ ବାପା ବନବିହାରୀ ଓ ଭାଇ ମଙ୍ଗୁଳୁ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ବଡ଼ ଭଉଣୀ ଉର୍ମିଳା ସିଆର୍‌ପିଏଫ୍‌ରେ ଚାକିରି କରିଛନ୍ତି, ମଝିଆ ଭଉଣୀ ସଂଗୀତା ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ରୋଜାଲି ପାଇକଯମୁନା ହାଇସ୍କୁଲରୁ ମାଟ୍ରିକ୍ ପରେ କବିସୂର୍ଯ୍ୟନଗର କଲେଜରୁ ବାଣିଜ୍ୟରେ ଯୁକ୍ତ ଦୁଇ ପଢ଼ା ଶେଷ କରି ନିଜେ ସ୍ବାବଲମ୍ବୀ ହେବା ପାଇଁ ଏହି ଉଦ୍ୟମ ଜାରି ରଖିଛନ୍ତି। ରୋଜାଲିଙ୍କୁ ଘରେ ମାଆ ରିନା ଓ ଭଉଣୀ ସଂଗୀତା ସହଯୋଗ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।