ଭୁବନେଶ୍ବର : ଭରତପୁର ଥାନା ସମ୍ମୁଖରେ ଗତ ୩ ଦିନ ଧରି ଥୁଆ ହୋଇଥିବା ଏକ ଇନୋଭା କାର୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କିଛି ଦିନ ତଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଏଣ୍ଡେଭର୍ କାର୍ ଜବତ ହୋଇଥିବା ବେଳେ ଏବେ ଏଠାରୁ ଆଉ ଏକ କାର୍ ମିଳିବା ଘଟଣାକୁ କେହି ସହଜରେ ଗ୍ରହଣ କରୁନାହାନ୍ତି।
ଘୋଡ଼ାଘୋଡ଼ି ହୋଇ ଥୁଆ ହୋଇଥିବା ଏହି କାର୍ଟି କାହାର, ଥାନା ବାହାରେ କିଏ ଥୋଇ ଦେଇଗଲା, ତାହା ଜାଣିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ତେବେ ଏ ସମ୍ପର୍କରେ ଭରତପୁର ଥାନା ଇନ୍ସପେକ୍ଟର ବିଭୁଦତ୍ତ ରାଉତ କହିଛନ୍ତି ଏହା ଦୁର୍ଘଟଣା ଘଟାଇଥିବା ଗାଡ଼ି।
ସୂଚନାଯୋଗ୍ୟ, ଗତ ବର୍ଷ ଯାଁଳା ଫାଣ୍ଡି ପରିସରରେ ଥିବା ଏକ କାର୍ ଭିତରୁ ଜଣେ ମହିଳାଙ୍କ କଙ୍କଳା ମିଳିବା ଘଟଣା ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।