ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଜୟର ଗାଥା ଡାକୋଟା ବିମାନ (ଡିସି-୩) ଓଡ଼ିଶା ଫେରୁଥିବାରୁ ପୂର୍ବତନ ମନ୍ତ୍ରୀ ତଥା ଶିଳ୍ପପତି ଦିଲ୍ଲୀପ ରାୟ ଟ୍ବିଟ୍ କରି ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଆ ଜାତିର ଗର୍ବ ଓ ସମ୍ମାନର ପ୍ରତୀକ ବିଜୁ ବାବୁଙ୍କ ସହ ଜଡ଼ିତ ଯେକୌଣସି ଜିନିଷ ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରେ। ଏହି ଐତିହ୍ୟ ବିମାନ ବିଜୁ ବାବୁଙ୍କର ବହୁ ସ୍ମୃତି ବହନ କରୁଥିବା ବେଳେ ଏହା ହେଉଛି ତାଙ୍କ ସାହସର ମୁକସାକ୍ଷୀ। ଓଡ଼ିଆଙ୍କ ବୀରତ୍ବର କାହାଣୀ ବହନ କରେ ଏହି ବିମାନ। ଏହି ବିମାନ ନିଶ୍ଚିତ ଭାବେ ପିଢ଼ି ପରେ ପିଢ଼ି ଓଡ଼ିଆ ଜାତିକୁ ଓଡ଼ିଆଙ୍କ ବୀରତ୍ବର କାହାଣୀ ଶୁଣାଇବ। ଶ୍ରୀ ରାୟ ଏହି ଅବସରରେ ଓଡ଼ିଶାବାସୀଙ୍କୁ ସେମାନଙ୍କ ଡାକୋଟା ବିମାନ ଫେରିପାଇବାକୁ ନେଇ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଡାକୋଟା ବିମାନକୁ ଏହାର ଠିକ୍ ସ୍ଥାନକୁ ଫେରାଇ ଆଣିବାକୁ ଓଡ଼ିଶା ସରକାରଙ୍କ ଆବଶ୍ୟକ ଓ ସମୟୋପଯୋଗୀ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l