ଦେଶ ବିଦେଶ ମନୋରଞ୍ଜନ

ଭବିଷ୍ୟତରେ କଙ୍ଗନା ଜଣେ ହିରୋଇନ୍‌ ହେବେ ବୋଲି ହୋଇଥିଲା ଭବିଷ୍ୟବାଣୀ!

ମୁମ୍ବାଇ: ଆପଣ ଜ୍ୟୋତିଷଶାସ୍ତ୍ର ବା ଭବିଷ୍ୟବାଣୀ ଉପରେ ବିଶ୍ବାସ ରଖନ୍ତି କି? ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତଙ୍କ ବିଷୟରେ ଏକ ଘଟଣା ଶୁଣିବା ପରେ ଆପଣଙ୍କର ଏସବୁ ଉପରେ ବିଶ୍ବାସ ଆସିଯାଇପାରେ। ପିଲାଦିନେ କଙ୍ଗନାଙ୍କୁ ଜଣେ ଜ୍ୟୋର୍ତିବିତ୍‌ ଯାହା କହିଥିଲେ ବଡ଼ ହେଲା ପରେ ତାହା ସତ ହୋଇଛି। କଙ୍ଗନା ବଡ଼ ହେବା ପରେ ଜଣେ ହିରୋଇନ୍‌ ହେବେ ବୋଲି କେହି ଜ‌ଣେ ତାଙ୍କ ହାତ ଦେଖି ପିଲାଦିନେ କହିଥିଲେ ଓ ତାହାକୁ ସେ ସମୟରେ ଅବିଶ୍ବାସ କରିଥିଲେ କଙ୍ଗନା।

କଙ୍ଗନା ଏକ ଛୋଟ ସହରର ଝିଅ ଥିବା ସହ ତାଙ୍କର ବଲିଉଡ୍‌ ସହ କୌଣସି ପ୍ରକାରର ସଂଯୋଗ ନଥିଲା। ତା ସତ୍ତ୍ବେ ବି ଜଣେ ଜ୍ୟୋତିଷ ଏପରି ଭବିଷ୍ୟବାଣୀ କରିଥିଲେ। ସେହି କାରଣରୁ କଙ୍ଗନା ଭାବି ନେଇଥିଲେ ଯେ ଜ୍ୟୋତିଷ ଜଣକ ତାଙ୍କ ହାତ ଦେଖି ତାଙ୍କୁ ବୋକୀ ବନାଉଛନ୍ତି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେହି କଥା ସତ ପ୍ରମାଣିତ ହୋଇଛି।

କଙ୍ଗନାଙ୍କ ଜୀବନର ଏହି କଥାଟିକୁ ପ୍ରକାଶ କରିଛନ୍ତି ତେଲୁଗୁ ସୁପର୍‌ଷ୍ଟାର୍‌ ପ୍ରଭାସ। ନିକଟରେ ‘ର‌ାଧେଶ୍ୟାମ’ ଚଳଚ୍ଚିତ୍ରର ପ୍ରମୋସନ ସମୟରେ ପ୍ରଭାସ ବଲିଉଡ୍‌ କୁଇନ୍‌ଙ୍କ ଜୀବନର ଏହି କାହାଣୀକୁ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୁରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏକ ନିରଞ୍ଜନ’ରେ ପ୍ରଭାସଙ୍କ ବିପକ୍ଷରେ ଅଭିନୟ କରିଛନ୍ତି କଙ୍ଗନା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ