ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ଭଦ୍ରକ ୧।୩: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ଭିତ୍ତିଭୂମି ଉପରେ ସମୀକ୍ଷା କରିଥିଲେ । ଏଥିରେ ଭଦ୍ରକ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଉପସ୍ଥିତ ଥିଲେ ।

ବିଶେଷ କରି ସମଗ୍ର ଶିକ୍ଷା, ଆଦର୍ଶ ବିଦ୍ୟାଳୟ ଘର ନିର୍ମାଣର ଅଗ୍ରଗତି ଓ ହଷ୍ଟେଲ ବ୍ୟବସ୍ଥା, ବାଳିକା ଶିକ୍ଷା, ବାଳିକାଙ୍କ ଆତ୍ମାରକ୍ଷା ପ୍ରଶିକ୍ଷଣ, ମୋ ସ୍କୁଲ ଅଭିଯାନ ଏବଂ ପାଠ୍ୟ ପୁସ୍ତକ ଓ ପୋଷାକ ବିତରଣ ଆଦି ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ବିଶେଷ କରି ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଉପରେ ଆଲୋଚନା କରିବା ସହିତ କିପରି ତୁରନ୍ତ ଜିଲ୍ଲାର ଅନ୍ୟ ୪ଟି ବ୍ଲକର ଆଦର୍ଶ ବିଦ୍ୟାଳୟର ଘର ନିର୍ମାଣ କାମ ଶୀଘ୍ର ସରିବ ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ଡିଭିଜନକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ସକାଳୁଆ କରାଯାଇଛି । ତାହା କିପରି ଆହୁରି ଛାତ୍ର-ଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ ସୁବିଧା ହୋଇ ପାରିବ ସେଥିପାଇଁ ଶିକ୍ଷା ବିଭାଗ ଉଦ୍ୟମ କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି