ରାଜ୍ୟ ସ୍ୱାସ୍ଥ୍ୟ

ଭଦ୍ରକ ଜିଲ୍ଲାର ବିଭିନ୍ନ ସହରରେ ଆଜିଠାରୁ ନାଇଟ୍ କର୍ଫ୍ୟୁ, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଭଦ୍ରକ ୧୭।୪: ଭଦ୍ରକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ଲୋକାଲ କଣ୍ଟାକ୍ଟ ରହିଥିବାରୁ ଟ୍ରେସିଂ ଆରମ୍ଭ ହୋଇଛି । ୧୬ ତାରିଖ ସୁଦ୍ଧା ଭଦ୍ରକ ଜିଲ୍ଲାରେ ୩ ଲକ୍ଷ ୨୮ ହଜାର ୬୪୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ମୋଟ୍ ୭୯୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୭୫୫୧ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ୨୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨୬ ଆକ୍ଟିଭ କେସ ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି କଟକଣା । ନାଇଟ୍ କର୍ଫ୍ୟୁ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସହରରେ ମାଇକ ଯୋଗେ ପ୍ରଚାର କରାଯାଉଛି ।


ତେବେ ପ୍ରଶାସନିକ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସହରାଞ୍ଚଳରେ ୧୭ ତାରିଖ ରାତି ୯ଟାରୁ ସଖାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଭଦ୍ରକ ସହରାଞ୍ଚଳକୁ ଲାଗି ରହିଥିବା ରାନ୍ଦିଆ, ସମରାଇପୁର, ଏରେଇଁ ପଞ୍ଚାୟତ ଗୁଡିକରେ ମଧ୍ୟ କଟକଣା ଜାରି ରହିବ । ଏପ୍ରିଲ ୩୦ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସର୍ଭିଲାନ୍ସ ଜୋରଦାର ହେଉଛି । ଦୋକାନ ବଜାରରେ କରୋନା ନିୟମ ନ ମାନିଲେ ଦୋକାନୀ ଦାୟୀ ରହିବେ । ଏହାସହ ଏନଫୋର୍ସମେଣ୍ଟ ଟିମ୍ ଗୁଡିକ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଟିକା ସରିଯାଇଛି ଓ ଅଧିକ ଟିକା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ