ଅପରାଧ ରାଜ୍ୟ

ଭଡ଼ାରେ ନେଇ ବିକିଦେଲା; ଧୂର୍ତ୍ତ ଗିରଫ, ୨କ୍ୟାମେରା ଜବତ

ଭୁବନେଶ୍ବର : ଭଡ଼ାରେ ନେବା ଆଳ କରି ଜଣେ ଧୂର୍ତ୍ତ କ୍ୟାମେରା ବିକ୍ରି ଦେଇଥିବା ଅଭିଯୋଗ ହୋଇଛି। ସେ ହେଲା, ଜଗନ୍ନାଥ ବିହାରରେ ରହୁଥିବା ଭିନିତ୍ ସାହାସିଆ(୨୪)।

ସୂଚନାନୁଯାୟୀ, ଭିନିତ୍ ୨୪ତାରିଖରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜରୁ ୨ଟି କ୍ୟାମେରା ଭଡ଼ାରେ ନେଇଥିଲା। ନିଜ ପରିଚୟପତ୍ର ଦେଇ କ୍ୟାମେରା ନେବା ପରେ ଭିନିତ୍ ଓଏଲ୍‌ଏକ୍ସରେ କ୍ୟାମେରାକୁ କଟକର ଜଣେ ଯୁବକଙ୍କୁ ବିକ୍ରି କରିଥିଲା। ସମ୍ବଲପୁର ଧନୁପାଲି ଅଞ୍ଚଳରୁ ମଧ୍ୟ ସେ ଆଉ ଏକ କ୍ୟାମେରା ଭଡ଼ାରେ ଆଣି ବିକି ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପରେ କଟକରେ କ୍ୟାମେରା କିଣିଥିବା ଯୁବକ ସହିତ ଯୋଗାଯୋଗ କରି ପୁଲିସ କ୍ୟାମେରା ଜବତ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।