ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପାଟନା ୨୨।୦୧: ଭଜନ ସମ୍ରାଟ ଭାବେ ପରିଚିତ ହିନ୍ଦୀ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ଶୁକ୍ରବାର ଅପରାହ୍ନରେ ଚଞ୍ଚଲ ବିହାର ସ୍ଥିତ ଘରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ନରେନ୍ଦ୍ର ଦୁନିଆକୁ ଅଲବିଦା କହିଥିଲେ ମଧ୍ୟ ତାଙ୍କ ଦ୍ଵାରା ଗାନ ଭଜନ ତାଙ୍କ ସ୍ମୁତିକୁ ସର୍ବଦା ଜୀବନ୍ତ ରଖିଥିବ।

ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି, ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ନିଧନ ସମାଚାରରେ ଅତ୍ୟନ୍ତ ଦୁଃଖ ଲାଗିଲା। ସେ ଭଜନ ଗାଇ ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶୋକର ଏହି ଘଡିରେ ମୋର ସମବେଦନା ତାଙ୍କ ପରିଜନ ଏବଂ ପ୍ରଶଂସକଙ୍କ ସହିତ ରହିଛି। ଓମ ଶାନ୍ତି !

ନରେନ୍ଦ୍ର ଚଞ୍ଚଲଙ୍କ ଜନ୍ମ ପଞ୍ଜାବର ଅମୃତସରର ନମକ ମଣ୍ଡିରେ ୧୯୪୦ ଅକ୍ଟୋବର ୧୬ରେ ହୋଇଥିଲା। ସେ ଧାର୍ମିକ ପଞ୍ଜାବୀ ପରିବାରରୁ ଆସିଥିଲେ ଏବଂ ଧାର୍ମିକ ବାତାବରଣରେ ବଢିଥିଲେ। ତାଙ୍କୁ ପିଲାଟୁ ବେଳରୁ ଭଜନ ଏବଂ ଆଳତି ପ୍ରତି ଅହେତୁକ ରୁଚି ଥିଲା। ଏଥିପାଇଁ ସେ ଛୋଟ ବୟସରୁ ଜଗରାତରେ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ।

କୁହାଯାଏ ଯେ ନରେନ୍ଦ୍ର ନିଜର ସ୍କୁଲ ସମୟରେ ବହୁତ ଦୁଷ୍ଟ ଥିଲେ ଏବଂ ତାଙ୍କ ସ୍ଵଭାବ ଚଞ୍ଚଳତା ଥିଲା। ଏହି କାରଣରୁ ଶିକ୍ଷକ ତାଙ୍କୁ ଚଞ୍ଚଲ କହି ଡାକୁଥିଲେ। ପରେ ନରେନ୍ଦ୍ର ଚଞ୍ଚଲକୁ ନିଜ ନାମରେ ଅଂଶ କରି ଦେଇଥିଲେ। ଏହା ପରଠୁ ସେ ନରେନ୍ଦ୍ର ଚଞ୍ଚଲ ନାମରେ ପରିଚିତ ହେଲେ।

ଅନେକ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ସେ ବଲିଉଡର ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ଅଂଶ ପାଲଟିଥିଲେ। ସେ ରାଜ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଋଷି କପୁର ଓ ଡିମ୍ପଲ କପାଡିଆଙ୍କ ଅଭିନୀତ ଫିଲ୍ମ ବବିରେ ନିଜର ପ୍ରଥମ ଗୀତ ଗାଇଥିଲେ। ଏହି ଗୀତଟି ଥିଲା- ବେଶକ ମନ୍ଦିର ମସଜିଦ୍ ତୋଡୋ। ଏହି ଗୀତରେ ତାଙ୍କୁ ବେଷ୍ଟ ମେଲ୍ ପ୍ଲେବ୍ୟାକ୍‌ ସିଙ୍ଗରର ଫିଲ୍ମ ଫେୟାର ଆଓ୍ଵାର୍ଡ ମିଳିଥିଲା। ଏହା ପରଠୁ ସେ ଆଉ ପଛକୁ ଚାହିଁ ଫେରିନଥିଲେ। ଗୋଟିଏ ପରେ ଗୋଟିଏ ହିଟ୍ ଭଜନ ଦେଇ ଚାଲିଥିଲେ। ଏଥି ସହ ତାଙ୍କୁ ୟୁଏସର ଜର୍ଜିଆ ରାଜ୍ୟର ନାଗରିକତା ମଧ୍ୟ ମିଳିଥିଲା।

ଯେଉଁ ଭଜନ ନରେନ୍ଦ୍ର ଚଞ୍ଚଲଙ୍କୁ ରାତାରାତି ପ୍ରସିଦ୍ଧ କରାଇଥିଲା ତାହା ହେଉଛି ‘ଚଲୋ ବୁଲାଓ୍ଵା ଆୟା ହେ ମାତା ନେ ବୁଲାୟା ହେ’। ଏହି ଭଜନକୁ ନରେନ୍ଦ୍ର ଆଶା ଭୋଁସଲେ ଓ ମହେନ୍ଦ୍ର କପୁରଙ୍କ ସହିତ ଗାଇଥିଲେ। ରାଜେଶ ଖନ୍ନା ଓଓ ଶବାନା ଆଜମୀ ଷ୍ଟାରର ଫିଲ୍ମ ଅବତାରର ଏହି ଗୀତ ଆଜି ମଧ୍ୟ ବହୁତ ଲୋକପ୍ରିୟ ରହିଛି। ନରେନ୍ଦ୍ରଙ୍କ ଗୀତ ଜୟ ମାତା ଦିକୁ ଗତ ଥର ବରୁଣ ଧାଓ୍ଵନ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ବଦ୍ରିନାଥ କି ଦୁଲହନିଆରେ ଶୁଣିବାକୁ ମିଳିଥିଲା। ତାଙ୍କର ଶେଷ ଗୀତ କରୋନା ଭାଇରସ୍‌କୁ ନେଇ ଥିଲା, ଯାହାର ନାମ ଥିଲା ‘କିଥୋଁ ଆୟା କରୋନା ଥା’।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ