ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଭଙ୍ଗା ହାତରେ ଦିଲ୍ଲୀରେ ଚା’ ଷ୍ଟଲ ଚଳାଉ ଥିଲେ ବୃଦ୍ଧ ଦମ୍ପତ୍ତି; ଭିଡିଓ ଭାଇରାଲ ହେଲା ପରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ସା‌ଧାରଣ ମଣିଷଟିଏ ରାତାରାତି ଷ୍ଟାର ପାଲଟି ଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ୭୦ବର୍ଷ ବୟସରେ ଭଙ୍ଗା ହାତରେ ଦିଲ୍ଲୀରେ ଏକ ଚା ଷ୍ଟଲ୍ ଚଳାଉଥିବା ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ସାହାଯ୍ୟର ସୁଅ ଛୁଟିବାରେ ଲାଗିଛି। ଦ୍ୱାରକାର ବାବାଙ୍କ କାହାଣୀ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଏହାପରେ ଲୋକମାନେ ବୃଦ୍ଧଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

@ ଫୁଡିଭିଶାଲ ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଚା’ ୱାଲା ବାବାଙ୍କ କାହାଣୀ ସୋସିଆଲ ମିଡିଆରେ ସେୟାର କରିଥିଲେ। ବିଶାଲ ସେୟାର କରିଥିବା ଭିଡିଓରେ ଚା’ ବାବାଙ୍କ ପୁଅ ମଦ୍ୟପାନ କରି ବାପାକୁ ପିଟିପିଟି ଘରୁ ବାହାର କରି ଦେଇଥିଲା। ଘରର ଜ୍ୱାଇଁ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ। ପିଟିବା କାରଣରୁ ବାବାଙ୍କର ମେରୁଦଣ୍ଡରେ ସମସ୍ୟା ଦେଖା ଦେବା‌ ସହ ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିଲା। ଏହାପରେ ବି ବାବା ହାର ମାନି ନଥିଲେ। କାହା ଉପରେ ବୋଝେ ନହୋଇ କାମ କରିବାକୁ ଆଗେଇ ଆସିଥିଲେ। ଏକ ମାସ ପାଇଁ ସେ ଚଣା ଓ ମକା ବିକ୍ରି କରିବା ପରେ ତାଙ୍କ ଝିଅ ତାଙ୍କୁ ସୁଭାଷ ଆପାର୍ଟମେଣ୍ଟ ନିକଟରେ ଏକ ଛୋଟ ଚା’ ଦୋକାନ କରିବାରେ ସାହାଯ୍ୟ କରିଥିଲେ |
ଚା’ ବିକୁଥିବା ଆମ୍ମା-ବାବାଙ୍କ କାହାଣୀ ଜାଣିବା ପରେ ଚା ତିଆରିକାରୀମାନେ ବିଶାଲ ବାବାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେ ବୃଦ୍ଧ ଦମ୍ପତିଙ୍କ ପାଇଁ ଚିପ୍ସ, ନାମକିନ୍ ଓ କଦଳୀ ବିକ୍ରି ପାଇଁ ବ୍ୟବସ୍ଥା କରିଥିଲେ | ଯାହାଦ୍ୱାରା ବାବା ଚା’ ସହିତ ବିକ୍ରି କରିବା ସହିତ ଏସବୁ ବିକ୍ରି କରି କିଛି ରୋଜଗାର କରିପାରିବେ | ଏହା ବ୍ୟତୀତ ବିଶାଲ ପ୍ରାୟ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି, ଯାହାଫଳରେ ବାବାଙ୍କ ମୁଖରେ ପୁଣି ହସ ଫୁଟି ଉଠିଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ