ଦେଶ ବିଦେଶ ମନୋରଞ୍ଜନ

ଭଙ୍ଗା ଗୋଡରେ ବି ନାଚିଲେ ଅଙ୍କିତା ଲୋଖଣ୍ଡେ , ଭାଇରାଲ୍ ହେଉଛି ଭିଡିଓ…

ମୁମ୍ବାଇ୩୦।୧୨ : ଏବେ ମିସ୍‌ରୁ ମିସେସ୍‌ ଜୈନ୍‌ ହୋଇ ସାରିଛନ୍ତି ଲୋକପ୍ରିୟ ଟିଭି ସିରିଏଲ ‘ପବିତ୍ର ରିସ୍ତା’ ଫେମ୍‌ ଅଭିନେତ୍ରୀ ଅଙ୍କତା ଲୋଖଣ୍ଡେ। ତାଙ୍କ ଭଙ୍ଗା ଗୋଡରେ ମଧ୍ୟ ସେ ନାଚି ଦେଖାଇଛନ୍ତି ଫୁଲ୍‌ ଜୋସ୍‌। ମ୍ୟୁଜିକ୍‌ର ସେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ। ନିଜ ଭଙ୍ଗା ଗୋଡକୁ ଖାତିର ନକରି ନାଚି ଚାଲିଛନ୍ତି ଅଙ୍କିତା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ଡିସେମ୍ବର ୧୪ ତାରିଖରେ ଅଙ୍କିତା ଓ ବିକ୍କି ଜୈନ୍‌ଙ୍କ ବିବାହ ହୋଇଥିଲା। ଦୁହେଁ ପାରମ୍ପାରିକ ରାଜକୀୟ ଢ଼ଙ୍ଗରେ ହାତ ଗଣ୍ଠି ପଡିଥିଲା। ତେବେ ବିବାହର କିଛି ଦିନ ପୂର୍ବରୁ ହିଁ ଅଙ୍କିତାଙ୍କ ଗୋଡରେ ଆଘାତ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ଆରାମ କରିବା ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ ମାନି ନଥିଲେ ଅଙ୍କିତା। ଖୁବ୍‌ ମସ୍ତି କରିବା ସହ ନାଚୁଥିବାର ନଜର ଆସିଥିଲେ ଅଙ୍କିତା। ଏବେ ତାଙ୍କୁ ଏହି ମସ୍ତି କରିବା ଭାରି ପଡିଛି। ତାଙ୍କ ଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏବେ ତାଙ୍କ ଗୋଡରେ ପ୍ଲାଷ୍ଟର ପଡିଛି। ତେବେ ଭଙ୍ଗା ଗୋଡରେ ମଧ୍ୟ ଅଙ୍କିତା ହାର୍‌ ମାନି ନାହାନ୍ତି। ନିଜର ପ୍ରତିଟି ମୁହୂର୍ତ୍ତକୁ ସେ କରୁଛନ୍ତି ଏଞ୍ଜୟ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ଅଙ୍କିତା ଭଙ୍ଗା ଗୋଡ ସହ ଆମୀର ଖାନ୍‌ ଓ କରିଶ୍ମା କପୁରଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ର ହିଟ୍‌ ଗୀତ ‘ପରଦେଶୀ ପରଦେଶୀ ଜାନା ନହିଁ…’ରେ ଜୋରଦାର ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ନିଜେ ଗୀତ ମଧ୍ୟ ଗାଉଛନ୍ତି ଅଙ୍କିତା। ଏହି ଅଶିତା ଧୱନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେ୍ୟାର କରିଛନ୍ତି। ଏଥିସହ କ୍ୟାପସନରେ ଲେଖିଛନ୍ତି, ‘ଗୋଡ ଭାଙ୍ଗିଛି, କିନ୍ତୁ ସାହସ ଭାଙ୍ଗିନି। ଲଭ୍‌ ୟୋର ସ୍ପିରିଟ୍‌ ମିସେସ୍‌ ଜୈନ୍‌…।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ