ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଙ୍ଗା କୁଡ଼ିଆରେ ୧୫ ଆଦିବାସୀ ପରିବାରଙ୍କ ଜୀବନ

ନିରାକାରପୁର : ନିଜର ଘରବାଡ଼ି କିଛି ନାହିଁ। ବର୍ଷବର୍ଷ ଧରି ସେମାନେ ସରକାରୀ ଜମିରେ ପଡ଼ିରହିଛନ୍ତି। ହେଲେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ସରକାର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନର ଅଣଦେଖା ସହ ବ୍ଲକ୍‌ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହା ନିମ୍ନସ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଅଧୀନ ଡିଆ ପଞ୍ଚାୟତରେ।

ADVERTISEMENT

ସାତ ସପନ ପାଲଟିଛି ସରକାରୀ ଯୋଜନା
ଅଧିକାଂଶ ପାଉନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା
ବିଜୁଳି ନାହିଁ କି ପାଣି ନାହିଁ
ରାସନକାର୍ଡରୁ ବଞ୍ଚିତ ବହୁ ପରିବାର

ଦୀର୍ଘ ବର୍ଷଧରି ପ୍ରାୟ ୧୫ଟି ଆଦିବାସୀ (ମୁଣ୍ଡପୋତା କେଳା)ପରିବାର ଡିଆ କପିଳେଶ୍ୱରପୀଠ ସ୍ଥିତ ପଡ଼ିଆରେ ବସବାସ କରି ଆସୁଛନ୍ତି। ପୂର୍ବରୁ ଏମାନେ ତାଳବରଡ଼ାରେ ନିର୍ମିତ ନୁଆଁଣିଆ କୁଡ଼ିଆ କରି ରହୁଥିଲେ। ପୁରୁଷମାନେ ମୂଳମଜୁରି ଓ ମହିଳାମାନେ ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି। ଆଉ କେହି କେହି ଖଜୁରିପତ୍ରରେ ଝାଡୁ ତିଆରି କରି ବିକ୍ରି କରୁଛନ୍ତି। ସେଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ପ୍ରତିପୋଷଣ କରୁଥିବା ସୁଭଦ୍ରା ପ୍ରଧାନ ପ୍ରକାଶ କରିଛନ୍ତି। ଅଳ୍ପ କେତୋଟି ପରିବାରକୁ ଛାଡ଼ିଦେଲେ ଅଧିକାଂଶଙ୍କୁ ରାସନକାର୍ଡ ମିଳି ନାହିଁ। ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା, ବିଜୁ ପକ୍କାଘର, ସୌଭାଗ୍ୟ ଯୋଜନା ଆଦି ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ସୌଭାଗ୍ୟ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଗରିବ ବ୍ୟକ୍ତିଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଥିବା ବେଳେ ଏମାନଙ୍କୁ ସେଥିରେ ସାମିଲ କରାଯାଉ ନାହିଁ। ସଞ୍ଜ ନଇଁଲେ ଏମାନଙ୍କ ପାଇଁ ଡିବିରି ଆଲୁଅ ଏକମାତ୍ର ସାହା ଭରସା ବୋଲି ମୀନା ପ୍ରଧାନ ଓ ସୁଷମା ପ୍ରଧାନ ପ୍ରକାଶ କରିଛନ୍ତି। କେତେକ ପରିଣତ ବୟସରେ ପହଞ୍ଚି ଥିଲେ ସୁଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି।

ଦୁଃଖର ବିଷୟ ପ୍ରତିଥର ନିର୍ବାଚନ ଆସିଲେ ସମସ୍ତେ ଆମ ପାଖକୁ ଆସି ମିଠାକଥା କହି ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ସରିଲେ ଆମ ଭଳି ଲୋକଙ୍କ କଥା ଶୁଣିବାକୁ ସେମାନଙ୍କ ପାଖରେ ସମୟ ନଥାଏ ବୋଲି ଜଗା ପ୍ରଧାନ ଓ କାଳିଆ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଆଦିବାସୀ ହରିଜନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିକାଶ ନାମରେ ଡିଣ୍ଡିମ ପିଟୁଥିବା ବେଳେ ଉପରୋକ୍ତ ପରିବାରଙ୍କ ପ୍ରତି ଦୃଷ୍ଟି ନ ପଡିବା ବିଡମ୍ବନାର ବିଷୟ। ଏନେଇ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରାଙ୍କୁ ପଚାରିବାରେ ସେ କହିଥିଲେ ଯେ ନୂଆକରି ସରପଞ୍ଚ ହୋଇଛି। ଏମାନଙ୍କ ସମସ୍ୟା ବାବଦରେ ଅବଗତ ଅଛି। ଏମାନେ ଯେପରି ଶୁଦ୍ଧ ପାଣି ପାଇ ପାରିବେ ସେଥିପାଇଁ ପାଇପ ବିଛା କାମ ସରିଛି। ଏଠାରେ ଏକ ନଳକୂପ ଖନନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଏମାନଙ୍କ ଥାଇଥାନ ପାଇଁ ଟାଙ୍ଗୀ ତହସିଲଦାରଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ଏମାନଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।