ରାଜ୍ୟ

ଭଙ୍ଗାହେବ ବାହାନଗା ହାଇସ୍କୁଲ! ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ଶତାଧିକ ମୃତଦେହ

ବାଲେଶ୍ୱର : କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଏବେ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ଘାରିଛି। ଦିନ ଦିପହ‌ରେ ବି ସେଠାକୁ ଏକୁଟିଆ ଯିବାକୁ ଡରୁଛନ୍ତି। ସ୍କୁଲ ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯିବା ସହ ରକ୍ତ ଜୁଡୁବୁଡ଼ୁ ଚଟାଣକୁ ବ୍ଲିଚିଂ, ଫିନାଇଲରେ ଶୋଧନ କରାଯାଇଥିଲେ ହେଁ କାହା ମନରୁ ଭୟ ହଟୁନି। ଏଭଳି ପରିସ୍ଥିତିରେ ସ୍କୁଲକୁ ପିଲାମାନଙ୍କୁ ଛାଡ଼ିବା ଲାଗି ଅଭିଭାବକମାନେ ଅମଙ୍ଗ ହେଲେଣି। ତେଣୁ, ଶବ ରହିଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯାଇପାରେ ବୋଲି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି।

ରିପୋର୍ଟ ଆସିବା ପରେ ନିଆଯିବ ନିଷ୍ପତ୍ତି: ଗଣଶିକ୍ଷା ସଚିବ
ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ କାଉନସେଲିଂ କରାଯିବ

ଗୁରୁବାର ଦିନ ପ୍ରାୟ ସାଢ଼େ ୧୨ଟାରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ ଓ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ବାହାନଗା ହାଇସ୍କୁଲରେ ପହଞ୍ଚି ମୃତଦେହ ରଖାଯାଇଥିବା ସ୍ଥାନ ଅନୁଧ୍ୟାନ କରିବା ସହ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କଥାବାର୍ତ୍ତା ପରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି, ଅଞ୍ଚଳବାସୀ ତଥା ଅଭିଭାବକମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ। ନିକଟରେ ୫-ଟି ଯୋଜନାରେ ଏହି ହାଇସ୍କୁଲର ନବୀକରଣ କରାଯାଇଥିଲା। ତେବେ ମୃତଦେହ ରଖାଯାଇଥିବା ସେହି ପୁରୁଣା ଶ୍ରେଣୀଗୃହଗୁଡ଼ିକୁ ଭଙ୍ଗାଯାଇ ପୁଣିଥରେ ନୂତନ କୋଠା ତିଆରି କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଓ ସରକାରଙ୍କ ନିଷ୍ପତ୍ତି ଅନୁସାରେ କାମ ହେବ ବୋଲି ସେ କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସୂତାର କହିଥିଲେ, ସପ୍ତାହେ ପରେ ଖରାଛୁଟି ସରିବ। ରେଳ ଦୁର୍ଘଟଣାରେ ସବୁ ମୃତଦେହ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ପରେ ହାଇସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ମୃତଦେହ ରଖାଯାଇଥିବା ଶ୍ରେଣୀଗୃହର କିଛି କିଛି ସ୍ଥାନରେ ଏବେ ବି ରକ୍ତଛିଟା ଦାଗ ରହିଛି। ତେଣୁ ଏହି ସମସ୍ତ ବିଷୟ ସଂପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ପିଲାମାନଙ୍କ ମନରୁ ଭୟ ଦୂର କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇ ସେମାନଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ କରାଯିବ।

recommended by

LIMELIGHT MEDIA

नागराज मंजुले को लेकर मराठी एक्ट्रेस रिंकू राजगुरु ने क्या कहा

और जानें

The Hindu

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ କହିଛନ୍ତି ‌ଯେ ବାହାନଗା ହାଇସ୍କୁଲ ସମ୍ପର୍କରେ ଆମେ ଅବଗତ ଅଛୁ। ଗତକାଲି ଗଣଶିକ୍ଷା ବିଭାଗର ଗୋଟିଏ ଟିମ୍‌ ବାହାନଗା ହାଇସ୍କୁଲ ଗସ୍ତ କରି ଫେରିଛନ୍ତି। ଆଜି ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଟିମ୍‌ ସ୍କୁଲ ଗସ୍ତ କରି ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀ ଚିନ୍ତା ଗସ୍ତ ଥିବା ଆମ ଟିମ୍‌ ଦେଖିବାକୁ ପାଇଛି। ଗସ୍ତ କରିଥିବା ଦୁଇଟି ଟିମ୍‌ ରିପୋର୍ଟ ଆଧାରରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ। ସ୍କୁଲ ଭଙ୍ଗାଯିବ କି ନାହିଁ, ସେନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ତେବେ ତା’ ପୂର୍ବରୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ କାଉନସେଲିଂ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ପ୍ରତିନିଧିଦଳ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିବେ। ମରଶରୀର ସ୍ଥାନାନ୍ତର ଓ ସାଇତ ରଖିବା ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ପରିମାଣରେ ଭାଗ ନେଇଥିବାରୁ ସେମାନଙ୍କ କାଉନସେଲିଂର ଆବଶ୍ୟକତା ବହୁତ ରହିଛି। ଆବଶ୍ୟକ ପଡ଼ିଲେ ଅଭିଭାବକଙ୍କୁ ସାମିଲ କରାଯାଇପାରେ।

୧୯୫୬ ମସିହାରେ ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ବଜାର ନିକଟରେ ବାହାନଗା ଏମ୍‌ଇ ସ୍କୁଲ ହୋଇଥିଲା। ଏହାର ଦୁଇବର୍ଷ ପରେ ୧୯୫୮ରେ ୩ଟି ଶ୍ରେଣୀ ବଢ଼ାଯାଇ ଏହି ସ୍କୁଲ ହାଇସ୍କୁଲର ମାନ୍ୟତା ପାଇଥିଲା। ଏବେ ୫୬୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ରେଳ ଦୁର୍ଘଟଣା‌ରେ ମୃତଦେହ ରଖାଯାଇଥିବା ଏହି ହାଇସ୍କୁଲର ୫ଟି ଶ୍ରେଣୀଗୃହ ଓ ଗୋଟିଏ ହଲ୍‌କୁ ଭଙ୍ଗାଗଲେ ପିଲାମାନେ କେଉଁଠି କ୍ଲାସ କରିବେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ବାଇଁଙ୍କ କହିଛନ୍ତି, ହାଇସ୍କୁଲ ପରିସରରେ ଅନ୍ୟ ଯେଉଁ ଶ୍ରେଣୀଗୃହଗୁଡ଼ିକ ରହିଛି, ନୂତନ ବିଲ୍ଡିଂ ତିଆରି ହେବା ପର୍ଯ୍ୟନ୍ତ ସେଠାରେ କ୍ଲାସ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।