ଧର୍ମ

ଭଗବାନ ଶ୍ରୀ ସାଂୱାଲିଆ ସେଠଙ୍କୁ ଚାନ୍ଦିର ଉଡାଜାହାଜ ଚଢାଇଲେ ଭକ୍ତ

ମେୱାର ୨୧/୦୯: ମେୱାରର ପ୍ରସିଦ୍ଧ କୃଷ୍ଣଦାମ ସାଂୱାଲିଆଜୀରେ ଜଣେ ଭକ୍ତ ସାଂୱାଲିଆ ସେଠଙ୍କୁ ଚାନ୍ଦିରେ ନିର୍ମିତ ଅନେକ ଜିନିଷ ଉପହାର ଦେଇଛନ୍ତି। ଏଥିମଧ୍ୟରେ ଚାନ୍ଦିରେ ନିର୍ମିତ ଉଡାଜାହାଜ, ଲଡୁ ଗୋପାଳ, ଗାଈ, ତୁଳସୀ ଗଛ, ପାଦୁକା, ବଂଶୀ, ଝୁଲା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ସମଗ୍ର ଜିନିଷ ୨୪୨ ଗ୍ରାମ ରୂପାରେ ତିଆରି ହୋଇଛି। ଗତ ମାସରୁ ଏପର୍ଯ୍ୟନ୍ତ ଭକ୍ତମାନେ ଅନେକ ସୁନା-ରୂପା ଅଳଙ୍କାର ଚଢାଇ ସାରିଛନ୍ତି। ଏଥିମଧ୍ୟରେ ସୁନା ପାଦୁକା ଏବଂ ଗ୍ଲାସ୍, ଏକ କିଲୋଗ୍ରାମ ସୁନା ବିସ୍କୁଟ୍ ସମେତ ରୂପାର ଜେସିବି, ଜିପ୍, ରସୁଣ, ଗଞ୍ଜେଇ ଗଛ, ସୋରିଷ ଗଛ, ବାଇକ୍, ବାସନ ଇତ୍ୟାଦି ଅନ୍ତର୍ଭୁକ୍ତ।

ସୂଚନା ଅନୁଯାୟୀ, ସାଂୱାଲିଆଜୀ ନିବାସୀ କିଶନଲାଲ ବୈଷ୍ଣବ ଶ୍ରୀ ସାଂୱାଲିଆ ସେଠଙ୍କୁ ୨୪୨ ଗ୍ରାମ ରୂପା ନିର୍ମିତ ଏକ ବିମାନ, ଲଡୁ ଗୋପାଳ, ଗାଈ, ତୁଳସୀ ଗଛ, ପାଦୁକା, ବଂଶୀ, ଝୁଲା ଅପର୍ଣ କରିଛନ୍ତି। ଭକ୍ତ କିଶନଲାଲ ବୈଷ୍ଣବ ସମସ୍ତ ରୂପା ସାମଗ୍ରୀ ଅର୍ପଣ କରି ରସିଦ ପ୍ରାପ୍ତ କରିଛନ୍ତି। ମନ୍ଦିର ମଣ୍ଡଳର କର୍ମଚାରୀ ସଞ୍ଜଜୟ କୁମାର ମନ୍ଦିର ମଣ୍ଡଳ ଦ୍ୱାରା ପରମ୍ପରା ଅନୁଯାୟୀ କିଶନଲାଲଙ୍କୁ ଉତରୀ ପିନ୍ଧାଇ ଭଗବାନଙ୍କ ପ୍ରସାଦ ଚଢାଇ ସମ୍ମାନୀତ କରିଛନ୍ତି।

ଭକ୍ତ କିଶନ ଲାଲ କହିଛନ୍ତି ଯେ ତାଙ୍କର ଏକାଦାଶିରେ ରୂପା ସାମଗ୍ରୀ ଉପସ୍ଥାପନ କରିବାର ଇଚ୍ଛା ଥିଲା। କିନ୍ତୁ ସେ ସମୟରେ ମନ୍ଦିର ବନ୍ଦ ଥିବାରୁ ବର୍ତ୍ତମାନ ଭଗବାନଙ୍କୁ ଏହିସବୁ ରୂପା ସାମଗ୍ରୀ ଚଢାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ