ନୂଆଦିଲ୍ଲୀ ୩୦/୦୬: ହିନ୍ଦୁ ଧର୍ମରେ ବୈଜୟନ୍ତୀ ମଳା ଅତ୍ୟନ୍ତ ପୂଜନୀୟ । ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି । ବିଶ୍ୱାସ କରାଯାଏ ଯେ ଏହି ମାଳା ଭଗବାନ କୃଷ୍ଣଙ୍କୁ ରାଧା ଦେଇଥିଲେ।ସେଥିପାଇଁ ଭଗବାନ କୃଷ୍ଣରଙ୍କର ଏହି ମାଳା ଅତ୍ୟନ୍ତ ପ୍ରିୟ । ଏହି ପବିତ୍ର ମାଳାକୁ ବୈଜୟନ୍ତୀ ମଞ୍ଜିରୁ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ଏହା ପୂଜା-ପାଠ, ଯଜ୍ଞ, ତନ୍ତ୍ର ଏବଂ ଅନ୍ୟାନ୍ୟ ସାତ୍ତ୍ୱିକ ସାଧନାରେ ବ୍ୟବହୃତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେକୌଣସି ବ୍ୟକ୍ତି ଏହି ପବିତ୍ର ମାଳାକୁ ପିନ୍ଧି ପାରିବେ। କିନ୍ତୁ ଏହାର କିଛି ବିଧି ରହିଛି । ଚାଲନ୍ତୁ ଜାଣିବା ଏହି ମାଳାକୁ ଧାରଣ କରିବାର ବିଧି ଏବଂ ଫାଇଦା ବିଷୟରେ….
ମାଳା ଧାରଣ କରିବାର ବିଧି:
ଶୁକ୍ଲ ପକ୍ଷର ପ୍ରଥମ ଶୁକ୍ରବାର ଦିନ ଏହି ମାଳା ଧାରଣ କରିବା ଶୁଭ ବୋଲି ବିବେଚନା କରାଯାଏ । ଏଥିପାଇଁ, ସକାଳେ ଗାଧୋଇବା ପରେ, ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ରକୁ ୧୦୮ ଥର ଅର୍ଥାତ୍ ଏକ ମାଳା ଜପ କରନ୍ତୁ । ତା’ପରେ ଏକ ମନ୍ଦିରରେ ଗରିବ ଏବଂ ବେସାହାରା ଲୋକଙ୍କୁ ମିଠା ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ପରେ ଏହି ମାଳାକୁ ଧାରଣ କରନ୍ତୁ ।
ବିବାହରେ ଆସୁଥିବା ବାଧାକୁ ଦୁର କରିବା ପାଇଁ:
ଯଦି କୌଣସି ପୁଅ କିମ୍ବା ଝିଅର ବିବାହରେ ପ୍ରତିବନ୍ଧକ ଆସୁଥାଏ, ତେବେ ପ୍ରତିଦିନ ବୈଜୟନ୍ତୀ ମାଳାରେ ୧୦୮ ଥର ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ। ଏହା ପରେ କଦଳୀ ଗଛକୁ ପୂଜା କରନ୍ତୁ । ଏହା ଦ୍ୱାରା ବିବାହରେ ଉପୁଜୁଥିବା ସମସ୍ୟା ଦୂର ହୋଇଥାଏ ।
ଆକର୍ଷଣ କରିବା ପାଇଁ:
ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ମନକୁ ଆକର୍ଷିତ କରିଥାନ୍ତି । ସେଥିପାଇଁ ତାଙ୍କୁ ମୋହନ ମଧ୍ୟ କୁହାଯାଏ । ତେଣୁ ବୈଜୟନ୍ତୀ ମାଳା ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତିର ଆକର୍ଷଣ ବଢିଥାଏ। ଶତ୍ରୁମାନେ ମଧ୍ୟ ମିତ୍ର ହୋଇଥାନ୍ତି । ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହିତ ସମାଜରେ ମାନ- ସମ୍ମାନ ବୃଦ୍ଧି ପାଇଥାଏ । ଏଥି ସହିତ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।
ଆତ୍ମ ବିଶ୍ୱାସ ବଢାଇବା ପାଇଁ:
ପ୍ରାୟତଃ ପରୀକ୍ଷା ଦିନ ପିଲାମାନେ ଭୟଭୀତ ହୋଇଥାନ୍ତି । ଏଥିପାଇଁ ସେମାନଙ୍କୁ ବୈଜୟନ୍ତୀ ମାଳା ପିନ୍ଧିବା ଭୟ ଏବଂ ଦୁ ଉଚିତ୍ । ଭୟ ଏବଂ ସଙ୍କଟ ସମୟରେ, ଏକ ଦୀର୍ଘ ନିଶ୍ୱାସ ନେଇ ଛାଡନ୍ତୁ । ଏହା ପରେ ମାଳା ଉପରେ ହାତ ରଖନ୍ତୁ । ଏହାଦ୍ୱାରା ମନର ଭୟ ଦୂର ହୋଇ ଆତ୍ମବିଶ୍ୱାସ ବଢିଥାଏ ।
ମାନସିକ ଶାନ୍ତି ପାଇଁ:
ଯେଉଁମାନଙ୍କର ମନ ପ୍ରାୟତଃ ବିଚଳିତ ରହିଥାଏ ଏବଂକାର୍ଯ୍ୟଗୁଡିକ ପ୍ରତି ଧ୍ୟାନ ରହିନଥାଏ ସେମାନଙ୍କୁ ମଙ୍ଗଳବାର ଦିନ ବୈଜୟନ୍ତୀ ମାଳା ଧାରଣ କରିବା କରନ୍ତୁ ।
ସମସ୍ୟାରୁ ମୁକ୍ତି ପାଇବା ପାଇଁ:
ଯେଉଁମାନେ ସବୁବେଳେ ସମସ୍ୟା ମଧ୍ୟରେ ରହିଥାନ୍ତି, ସେମାନେ ଏହି ମାଳାରେ ୨୧୦୦ ଥର ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ । ତା’ପରେ ମାଳାକୁ ବେକରେ ଧାରଣ କରନ୍ତୁ । ଏହାଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।