କଳା ଓ ସଂସ୍କୃତି ଧର୍ମ

ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି ବ୍ୟବହାର କରନ୍ତୁନି ତୁଳସୀ ପତ୍ର, ରାଗିଯିବେ ଭୋଲେନାଥ

ଭୁବନେଶ୍ୱର ୧୯/୧୦ : ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ଆରାଧନା କଲେ ସବୁ କଷ୍ଟ ଦୂର ହୋଇଥାଏ ଓ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶିବ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଶିବଙ୍କୁ ପ୍ରସନ୍ନ କରିବାକୁ ସୋମବାର ସକାଳୁ ସ୍ନାନ କରି ଶିବଙ୍କୁ ଆରାଧନା କରିବା ଉଚିତ। ଅଧିକାଂଶ କୁମାରୀ କନ୍ୟା ସୋମବାର ଦିନ ବ୍ରତ ପାଳନ କରନ୍ତି। ସାଧାରଣତଃ ମନ ମୁତାବକ ବର ପ୍ରାପ୍ତି ପାଇଁ କୁମାରୀ କନ୍ୟା ସୋମବାର ବ୍ରତ ପାଳନ କରିଥାନ୍ତି।

ଶିବଙ୍କ ପୂଜାର ଅନେକ ସାମଗ୍ରୀ ବ୍ୟବହୃତ ହୁଏ କିନ୍ତୁ ତୁଳସୀ ପୂଜା କେବେ ବି ବ୍ୟବହାର ହୁଏନାହିଁ। ଏହା ଏକ ଆଶ୍ଚର୍ଯ୍ୟଜନକ କଥା। କାରଣ ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ସବୁଠାରୁ ପବିତ୍ର। ସକାଳେ ସନ୍ଧ୍ୟାରେ ତୁଳସୀ ଚଉଁରାକୁ ପୂଜା କରିବା ବିଧି ମଧ୍ୟ ରହିଛି। ତୁଳସୀକୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ। ବିଧିବଦ୍ଧ ଭାବେ ତୁଳସୀ ଗଛକୁ ପୂଜା କଲେ ଶ୍ରୀହରି ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ବୋଲି କୁହାଯାଏ।

ଶିବ ପୂଜାରେ ତୁଳସୀ ସାମିଲ ନ କରିବାକୁ ନେଇ ପୌରାଣିକ କାହାଣୀ ରହିଛି। ନିଜେ ବିଷ୍ଣୁପ୍ରିୟା ମହାଦେବଙ୍କ ପୂଜାରେ ନିଜ ଉପସ୍ଥିତିକୁ ନିଷେଧ କରିଥିଲେ। ପୌରାଣିକ ବିଶ୍ୱାସ ଅନୁଯାୟୀ, ଜଳନ୍ଧର ନାମକ ଅସୁରକୁ ନିଜ ପତ୍ନୀର ପବିତ୍ରତା ଓ ବିଷ୍ଣୁଙ୍କ କବଚ ଯୋଗୁଁ ଅମର ବର ମିଳିଥିଲା। ଅମର ହୋଇଥିବାରୁ ସେ ସାରା ଦୁନିଆରେ ଆତଙ୍କ ଖେଳାଇଥିଲା। ଜଳନ୍ଧର ଅସୁରର ବଧ ପାଇଁ ଭଗବାନ ବିଷ୍ଣୁ ଓ ଶିବ ଯୋଜନା କଲେ।

ପ୍ରଥମେ ଭଗବାନ ବିଷ୍ଣୁ ଜଳନ୍ଧରକୁ ନିଜ କବଚ ମାଗିଲେ। ଏହାପରେ ସେ ତା ପତ୍ନୀ ବୃନ୍ଦାଙ୍କ ପାଖକୁ ଜଳନ୍ଧର ଭେଷରେ ଗଲେ। ଫଳରେ ଜଳନ୍ଧର ମାରିବାକୁ ଶିବଙ୍କୁ ମଉକା ମିଳିଗଲା। ଯେତେବେଳେ ବୃନ୍ଦା ନିଜ ପତି ଜଳନ୍ଧରର ମୃତ୍ୟୁ ଖବର ପାଇଲେ ସେ ଅତ୍ୟନ୍ତ ଦୁଃଖୀ ଓ କ୍ରୋଧିତ ହୋଇଗଲେ। ଏହି କ୍ରୋଧରେ ସେ ଶିବ ଭଗବାନଙ୍କୁ ଅଭିଶାପ ଦେଇଦେଲେ ଯେ ତାଙ୍କ ପୂଜାରେ ତୁଳସୀ ପତ୍ର ସର୍ବଦା ନିଷେଧ ରହିବ। ସେହିଦିନ ଠାରୁ ଶିବଙ୍କ ପୂଜାରେ ତୁଳସୀ ନିଷେଧ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ