ଭୁବନେଶ୍ୱର ୧୯/୧୦ : ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ଆରାଧନା କଲେ ସବୁ କଷ୍ଟ ଦୂର ହୋଇଥାଏ ଓ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶିବ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଶିବଙ୍କୁ ପ୍ରସନ୍ନ କରିବାକୁ ସୋମବାର ସକାଳୁ ସ୍ନାନ କରି ଶିବଙ୍କୁ ଆରାଧନା କରିବା ଉଚିତ। ଅଧିକାଂଶ କୁମାରୀ କନ୍ୟା ସୋମବାର ଦିନ ବ୍ରତ ପାଳନ କରନ୍ତି। ସାଧାରଣତଃ ମନ ମୁତାବକ ବର ପ୍ରାପ୍ତି ପାଇଁ କୁମାରୀ କନ୍ୟା ସୋମବାର ବ୍ରତ ପାଳନ କରିଥାନ୍ତି।
ଶିବଙ୍କ ପୂଜାର ଅନେକ ସାମଗ୍ରୀ ବ୍ୟବହୃତ ହୁଏ କିନ୍ତୁ ତୁଳସୀ ପୂଜା କେବେ ବି ବ୍ୟବହାର ହୁଏନାହିଁ। ଏହା ଏକ ଆଶ୍ଚର୍ଯ୍ୟଜନକ କଥା। କାରଣ ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ସବୁଠାରୁ ପବିତ୍ର। ସକାଳେ ସନ୍ଧ୍ୟାରେ ତୁଳସୀ ଚଉଁରାକୁ ପୂଜା କରିବା ବିଧି ମଧ୍ୟ ରହିଛି। ତୁଳସୀକୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ। ବିଧିବଦ୍ଧ ଭାବେ ତୁଳସୀ ଗଛକୁ ପୂଜା କଲେ ଶ୍ରୀହରି ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ବୋଲି କୁହାଯାଏ।
ଶିବ ପୂଜାରେ ତୁଳସୀ ସାମିଲ ନ କରିବାକୁ ନେଇ ପୌରାଣିକ କାହାଣୀ ରହିଛି। ନିଜେ ବିଷ୍ଣୁପ୍ରିୟା ମହାଦେବଙ୍କ ପୂଜାରେ ନିଜ ଉପସ୍ଥିତିକୁ ନିଷେଧ କରିଥିଲେ। ପୌରାଣିକ ବିଶ୍ୱାସ ଅନୁଯାୟୀ, ଜଳନ୍ଧର ନାମକ ଅସୁରକୁ ନିଜ ପତ୍ନୀର ପବିତ୍ରତା ଓ ବିଷ୍ଣୁଙ୍କ କବଚ ଯୋଗୁଁ ଅମର ବର ମିଳିଥିଲା। ଅମର ହୋଇଥିବାରୁ ସେ ସାରା ଦୁନିଆରେ ଆତଙ୍କ ଖେଳାଇଥିଲା। ଜଳନ୍ଧର ଅସୁରର ବଧ ପାଇଁ ଭଗବାନ ବିଷ୍ଣୁ ଓ ଶିବ ଯୋଜନା କଲେ।
ପ୍ରଥମେ ଭଗବାନ ବିଷ୍ଣୁ ଜଳନ୍ଧରକୁ ନିଜ କବଚ ମାଗିଲେ। ଏହାପରେ ସେ ତା ପତ୍ନୀ ବୃନ୍ଦାଙ୍କ ପାଖକୁ ଜଳନ୍ଧର ଭେଷରେ ଗଲେ। ଫଳରେ ଜଳନ୍ଧର ମାରିବାକୁ ଶିବଙ୍କୁ ମଉକା ମିଳିଗଲା। ଯେତେବେଳେ ବୃନ୍ଦା ନିଜ ପତି ଜଳନ୍ଧରର ମୃତ୍ୟୁ ଖବର ପାଇଲେ ସେ ଅତ୍ୟନ୍ତ ଦୁଃଖୀ ଓ କ୍ରୋଧିତ ହୋଇଗଲେ। ଏହି କ୍ରୋଧରେ ସେ ଶିବ ଭଗବାନଙ୍କୁ ଅଭିଶାପ ଦେଇଦେଲେ ଯେ ତାଙ୍କ ପୂଜାରେ ତୁଳସୀ ପତ୍ର ସର୍ବଦା ନିଷେଧ ରହିବ। ସେହିଦିନ ଠାରୁ ଶିବଙ୍କ ପୂଜାରେ ତୁଳସୀ ନିଷେଧ ରହିଛି।
ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି ବ୍ୟବହାର କରନ୍ତୁନି ତୁଳସୀ ପତ୍ର, ରାଗିଯିବେ ଭୋଲେନାଥ
argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
Previous Articleଘରୋଇ ଉପଚାରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ ଏପରି…