ଧର୍ମ

ଭଗବାନ ପର୍ଶୁରାମ ନିଜ ମାଙ୍କ ମୁଣ୍ଡ କାଟିଥିଲେ, ଜାଣନ୍ତୁ କାହିଁକି

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଋଷି ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ପର୍ଶୁରାମ ତାଙ୍କ ମାଙ୍କ ମୁଣ୍ଡ କାଟିଦେଇଥିବାର ଆପଣମାନେ ପୁରାଣରେ ପଢିଥିବେ ଓ ଜାଣିଥିବେ। ତେବେ ଆମମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ପର୍ଶୁରାମଙ୍କ ଏପରି ପଦକ୍ଷେପର କାରଣ । ଶାସ୍ତ୍ରାନୁସାରେ ଜମଦଗ୍ନୀ ଓ ମାତା ରେଣୁକାଙ୍କ ୫ ପୁଅଙ୍କ ମଧ୍ୟରୁ ପର୍ଶୁରାମ ଥିଲେ ସାନ। ପ୍ରଥମେ ତାଙ୍କ ନାମ ରାମ ଥିଲା। ତେବେ ଶିବଙ୍କ ଠାରୁ ବରରେ ପ୍ରାପ୍ତ କରିଥିବା ପରଶୁ ଯୋଗୁ ପରେ ସେ ପର୍ଶୁରାମ ଭାବେ ପରିଚିତ ହୋଇଥିଲେ।

ପର୍ଶୁରାମ ତାଙ୍କ କ୍ରୋଧୀ ସ୍ୱଭାବ ଯୋଗୁ ମଧ୍ୟ ପରିଚିତ ଥିଲେ। ଥରକର କଥା ମାତା ରେଣୁକା ଆଶ୍ରମ ନିକଟସ୍ଥ ନଦୀକୁ ପାଣିଆଣିବାକୁ ଯାଇଥିଲେ। ସେଠାରେ ସେ ପାଣି ଆଣିବା ବେଳେ ଜଣେ ରାଜପୁତ୍ରଙ୍କୁ ଦେଖି ମୋହିତ ହୋଇଯାଇଥିଲେ। ଏପରିକି ସେ କଣ ପାଇଁ ଆସିଛନ୍ତି ତା ଭି ଭୁଲି ଯାଇଥିଲେ। ଏଣେ ଆଶ୍ରମରେ ଜମଦଗ୍ନୀ ରେଣୁକାଙ୍କ ଅପେକ୍ଷା କରିଥିଲେ। ସେ ଧ୍ୟାନବଳରେ ରେଣୁକାଙ୍କ ମନୋବସ୍ଥା ଜାଣିପାରି କ୍ରୋଧିତ ହୋଇଥିଲେ। ରେଣୁକା ବିଳମ୍ବରେ ଆଶ୍ରମରେ ଆସି ପହଞ୍ଚିବାରୁ ଜମଦଗ୍ନୀ ବଡପୁଅକୁ ମାତାଙ୍କ ବଧ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ତାହା ନ କରିବାରୁ ଜଣଜଣ କରି ୪ ପୁଅଙ୍କୁ ଏକା ନିର୍ଦ୍ଦେଶ ଦେଇ ବିଫଳ ହେବା ପରେ ଏଥିଲାଗି ପର୍ଶୁରାମଙ୍କୁ ନିର୍ଦ୍ଦେଶ ଦେଇ ମାତାଙ୍କ ସମେତ ୪ ଭ୍ରାତାଙ୍କୁ ବଦ୍ଧ କରିବାକୁ କହିଥିଲେ। ପର୍ଶୁରାମ ସାମାନ୍ୟ ବିଳମ୍ବ ନ କରି ପିତାଆଜ୍ଞା ପାଳନ କରିଥିଲେ।

ଏଥିରେ ସନ୍ତୁଷ୍ଟ ହୋଇ ଜମଦ୍ୟଗ୍ନୀ ପର୍ଶୁରାମଙ୍କୁ ବର ଯାଚନା କରିଥିଲେ। ଏଥିରେ ସେ ତାଙ୍କ ମାତା ଓ ୪ ଭାଇଙ୍କୁ ପୂନର୍ଜୀବନଲାଗି ନିବେଦନ କରିବା ସହ ନିଜ ଲାଗି ଅଜୟ ବରକାମନା କରିଥିଲେ। ଏଥିରେ ପିତା ତାଙ୍କର ସମସ୍ତ କାମନା ପୂର୍ତ୍ତି କରିଥିଲେ। ପର୍ଶୁରାମ ତାଙ୍କ ପିତାଙ୍କ ଶକ୍ତି ସମ୍ପର୍କରେ ଜ୍ଞାତ ଥିଲେ। ଏଣୁ ଆଜ୍ଞା ପାଳନ କରି ପିତାଙ୍କ ଇଛା ପୁରଣ କରିବା ସହ ତାଙ୍କ ତପ ବଳରେ ଭାଇ ଓ ମାତାଙ୍କ ପ୍ରାଣ ରକ୍ଷା ବି କରିଥିଲେ। ଏଣୁ ବିଷ୍ଣୁଙ୍କ ଦଶବତାରରୁ ପର୍ଶୁରାମ ତାଙ୍କର ଷଷ୍ଠ ଅବତାର ଥିଲେ ଓ ରାମଚନ୍ଦ୍ରଙ୍କ ସମୟ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲେ। ଏପରିକି ଭଗବାନ ଶ୍ରୀରାମଙ୍କ ସହ ପର୍ଶୁରାମଙ୍କ ଯୁଦ୍ଧ ହୋଇଥିବା ବି ପୁରାଣରେ ବର୍ଣ୍ଣିତ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ