ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭଉଣୀ ଶବକୁ ‘ଫ୍ରିଜର୍‌’ରେ ରଖିଥିଲେ ଭିଣୋଇ; ହତ୍ୟା ଅଭିଯୋଗ କଲେ ଶଳା

ରେୱା: ଭିଣୋଇ ଭଉଣୀକୁ ହତ୍ୟା କରିଛନ୍ତି ବୋଲି ଶଳା ଅଭିଯୋଗ କରିବାରୁ ରବିବାର ଦିନ ପୁଲିସ ମଧ୍ୟପ୍ରଦେଶର ରେୱା ଜିଲ୍ଲା ଅନ୍ତର୍ଗତ ତାଙ୍କ ବାସଭବନରୁ ଶବସଂରକ୍ଷଣ ନିମ‌ନ୍ତେ ଉଦ୍ଦିଷ୍ଟ ଫ୍ରିଜର୍‌ରୁ ସେ ମହିଳାଙ୍କ ଶବ ଉଦ୍ଧାର କରିଛି।

କିନ୍ତୁ, ମୃତା ମହିଳାଙ୍କ ସ୍ବାମୀ କହୁଛନ୍ତି କି, କାମଳ ରୋଗ (ଜଣ୍ଡିସ୍‌) ଯୋଗୁଁ ସ୍ତ୍ରୀ ମରିଯାଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା। ପୁଅ ମୁମ୍ବାଇରୁ ଆସି ପହଞ୍ଚିଲେ ଶବ ସତ୍କାର କରାଯିବ। ସେଥିପାଇଁ ମୁଁ ତାଙ୍କ ଶବକୁ ‘ଫ୍ରିଜର୍‌’ରେ ରଖିଥିଲି।

Body of man exhumed a month after burial for autopsy

ମୃତ୍ୟୁର କାରଣ ଜାଣିବା ଲାଗି ପୁଲିସ ଉଦ୍ଧାର କରିଥିବା ସେ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଗଣମାଧ୍ୟମକୁ ସିଟି କୋଟ୍‌ୱାଲି ଥାନା ଇନ୍‌ସ୍‌ପେକ୍ଟର୍‌ ବିଜୟ ସିଂହ କହିଛନ୍ତି, ଭିଣୋଇ ଗୁପ୍ତରେ ଭଉଣୀକୁ ହତ୍ୟା କରିଛନ୍ତି ବୋଲି ଶଳା ଅଭୟ ତିୱାରି ଅଭିଯୋଗ କରିବାରୁ ଆମେ ସୁମିତ୍ରୀ ନାମ୍ନୀ ସେ ୪୦ ବର୍ଷୀୟ ମହିଳାଙ୍କ ଶବ ଉଦ୍ଧାର କରିଛୁ। କିନ୍ତୁ, ତାଙ୍କୁ କାମଳ ରୋଗ ହୋଇଥିଲା ଏବଂ ଜୁନ୍‌ ୩୦ରେ ତାଙ୍କର ମୃତ୍ୟୁ ଘଟିଲା। ପୁଅ ମୁମ୍ବାଇରୁ ଫେରିଲେ ଶବ-ସତ୍କାର ହେବ ବୋଲି ଶବକୁ ‘ଫ୍ରଜର୍‌’ରେ ରଖିଥିବା କଥା ସ୍ବାମୀ ଭରତ ମିଶ୍ରା କହିଛନ୍ତି। ‌

କିନ୍ତୁ, ଭଉଣୀଙ୍କ ମୃତ୍ୟୁ ଖବର ଶଳା କି, ତାଙ୍କ ପରିବାର ଲୋକେ ଜଣାଇ ନ ଥିଲେ। ଆଜି ସକାଳେ ହିଁ ଆମେ ଏ କଥା ଜାଣିଲୁ ବୋଲି ଭିଣୋଇ ତିୱାରି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା କଥା ପୁଲିସ ଇନ୍‌ସ୍‌ପେକ୍ଟର୍‌ କହିଛନ୍ତି।

ଅଭିଯୋଗ ଗ୍ରହଣ କରିବା ସହିତ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ