ଦେଶ ବିଦେଶ ସ୍ୱାସ୍ଥ୍ୟ

ବୟସ୍କ କରୋନା ସଂକ୍ରମିତ ଘରେ କିଭଳି ନିଜର ପରିଚାଳନା କରିବେ

ଯଦି କୌଣସି ବ୍ୟକ୍ତିଙ୍କଠାରେ ଜ୍ବର, ଗଳା ଖରାପ, କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ମୁଣ୍ଡ ବିନ୍ଧା, କୁଣ୍ଡେଇ ହେବା, ବାସ୍ନା ଓ ସ୍ବାଦ ଚାଲିଯିବା ଭଳି ଲକ୍ଷଣ ପ୍ରକାଶ ପାଉଛି ତା’ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ନମୁନା ପରୀକ୍ଷା କରିବା ଆବଶ୍ୟକ।

ଦିନକୁ ଅତିକମ୍‌ରେ ୩/୪ଥର ପଲ୍‌ସ ଅକ୍ସିମିଟରରେ ଅକ୍ସିଜେନ୍ ସ୍ତର ନିରୀକ୍ଷଣ କରିବା ଜରୁରୀ
ମାସ୍କ ପିନ୍ଧିବା ସହିତ ପରିବାର ଲୋକ ମଧ୍ୟ ମାସ୍କ ପିନ୍ଧିବା ଉଚିତ୍
ବାୟୁ ଚଳାଚଳ ପାଇଁ ଝରକା ଖୋଲିବା
ଘରେ ଅନ୍ୟମାନଙ୍କଠାରୁ ପୃଥକ ରହିବା
ଶରୀରରେ ଜଳୀୟଅଂଶ ନ କମିବା ପାଇଁ ପ୍ରଚୁର ପାଣି ପିଇବା

ଯଦି ଅକ୍ସିଜେନ୍ ସ୍ତର ୯୨% କିମ୍ବା ଅଧିକ ରହିଛି
ଶରୀରରେ ଅକ୍ସିଜେନ୍ ସ୍ତର ୯୨ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଛି ତା’ହେଲେ ଜ୍ବର ପାଇଁ ପାରାସିଟାମଲ କିମ୍ବା ଏସିଟୋମିନୋଫେନ୍ ଖାଇବା ସହିତ ପ୍ରଚୁର ପାଣି ପିଇବା, ଅକ୍ସିଜେନ ସ୍ତର ବଢ଼ାଇବା ପାଇଁ ପାକସ୍ଥଳିକୁ ମାଡ଼ି ଯଥାସମ୍ଭବ ଶୋଇବାକୁ ଚେଷ୍ଟା କରିବା ଉଚିତ୍। ଦିନକୁ ଦୁଇ ଥର ବୁଡେସୋନାଇଡ୍‌ (ଦିନକୁ ୧୬ଶହ ଏମ୍‌ସିଜି) ଇନହେଲ କରିବା ଭଲ।

ଯଦି ଅକ୍ସିଜେନ୍ ସ୍ତର ୯୨%ରୁ କମ୍ ରହିଛି

ଏଭଳି ପରିସ୍ଥିତିରେ ଡାକ୍ତରଙ୍କୁ ତୁରନ୍ତ ଯୋଗାଯୋଗ କରିବା ସହିତ ଆଡମିଟ୍‌ ହେବାର ଆବଶ୍ୟକତା ରହିଛି। ମେଡିକାଲରେ ମଧ୍ୟ କୃତ୍ରିମ ଅକ୍ସିଜେନ୍ ନେବା, ଦିନକୁ ୪/୬ଥର ଅକ୍ସିଜେନ ସ୍ତରର ଯାଞ୍ଚ କରିବା ସହିତ ପାକସ୍ଥଳି ମାଡ଼ି ଶୋଇବା ଉଚିତ୍। ଆସନ୍ତା ୫-୧୦ଦିନ ପାଇଁ ଡେକ୍ସାମେଥାସୋନ୍‌(ଷ୍ଟେରୋଏଡ୍‌) ଦିନକୁ ଥରେ ଖାଇବାକୁ ହେବ। ଯଦି ଡେକ୍ସାମେଥାସୋନ୍ ଉପଲବ୍ଧ ନାହିଁ, ତା’ହେଲେ ହାଇଡ୍ରୋକୋର୍ଟିସୋନ ୫୦ ମି.ଗ୍ରା ଦିନକୁ ୩ଥର ଆସନ୍ତା ୫-୧୦ଦିନ, ମିଥାଇଲପ୍ରେଡେନସୋଲେନ୍ ୩୦ ମି.ଗ୍ରା ଦିନକୁ ଥରେ ୫-୧୦ଦିନ, ପ୍ରେଡେନସୋଲନ୍ ୪୦ ମି.ଗ୍ରା ଦିନକୁ ଥରେ ୫-୧୦ଦିନ, ପ୍ରେଡନିସୋନ୍ ୪୦ ମି.ଗ୍ରା ୫-୧୦ଦିନ ଖାଇବାକୁ ହେବ। ଯଦି ‌ଷ୍ଟେରୋଏଡ ଖାଇବା ପରେ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ୁନାହିଁ, ତାହାଲେ ୫ଦିନ ପରେ ଏହାକୁ ବନ୍ଦ କରିଦେଲେ କୌଣସି ଅସୁବିଧା ନାହିଁ।

ରେମଡେସିଭିର: ଯେଉଁ ‌ରୋଗୀମାନଙ୍କର ରକ୍ତରେ ଅକ୍ସିଜେନ୍ ସ୍ତର କମ୍ ରହିଛି ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ରେମଡେସିଭିର ନେଇପାରିବେ। ତେବେ ଏହା ଲକ୍ଷଣ ପ୍ରକାଶ ପାଇବାକୁ କମାଇ ଦେଇପାରେ, ମାତ୍ର ମୃତ୍ୟୁର ସଂପୂର୍ଣ୍ଣ ରକ୍ଷା କରିପାରିବ ନାହିଁ।

ଟୋସିଲିଜୁମା: ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଷ୍ଟେରୋଏଡ ନେଉଥିବା ରୋଗୀମାନଙ୍କୁ ଡାକ୍ତରଙ୍କ ପରାମର୍ଶରେ ଟୋସିଲିଜୁମା ଦିଆଯାଇ ପାରିବ।

ପରାମର୍ଶ ନ ଥିବା ଚିକିତ୍ସା: ଆଇଭରମେକ୍ଟିନ୍, ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍, କନଭେଲସେଣ୍ଟ ପ୍ଲାଜମା, ଭିଟାମିନ୍ ସି ଓ ଡି, ଜିଙ୍କ, ଇଟୋଲିଜୁମା, ବେଭାସିଜୁମା, ଲୋପିନାଭିର-ରିଟୋନାଭିର, ଫାଭିପିରାଭିର, ଫ୍ଲୁଭୋକ୍ସାମିନ୍, ଇଣ୍ଟରଫେରୋନ୍ ଆଲ୍‌ଫା-୨ବି, ଆଜିଥ୍ରୋମାଇସିନ୍, ଡକ୍ସିସାଇକ୍ଲିନ୍ ଓ ଅନ୍ୟ ଆଣ୍ଟିବାୟୋଟିକ୍।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ