ଖେଳ ଦେଶ ବିଦେଶ

ବୟକଟ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ : ସିଏସକେର ଏହି ନିଷ୍ପତ୍ତି ପାଇଁ ରାଗିଲେ ୟୁଜର

ନୂଆଦିଲ୍ଲୀ, ୧୫|୦୨: ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଚେନ୍ନାଇ ସୁପର କିଙ୍ଗସ । ଦଳ ଜିତି ସାରିଛି ୪ ଥର ଆଇପିଏଲ ଟ୍ରଫି । ଏବେ କେବଳ ଜଣେ ଖେଳାଳିଙ୍କ ପାଇଁ ଚେନ୍ନାଇକୁ କରାଯାଉଛି ଟ୍ରୋଲ୍ । ବୟକଟ ଚେନ୍ନାଇ ହ୍ୟାସଟ୍ୟାଗ୍ ଦେଇ ୟୁଜର ଟ୍ୱିଟ୍ କରୁଛନ୍ତି । ଏହି କ୍ରିକେଟର ହେଲେ ମହୀଶ ଥିକସାନା । ତାଙ୍କୁ କିଣିବା କାରଣରୁ ଫ୍ୟାନ୍ ସିଏସକେ ଉପରେ ଅସନ୍ତୁଷ୍ଠ ଅଛନ୍ତି ।

ଚେନ୍ନାଇ ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର ମହୀଶଙ୍କୁ କ୍ରୟ କରିଛି । ତାଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିବା ବେଳେ ବିଡିଂ ବେଳେ ଏହା ୭୦ ଲକ୍ଷରେ ପହଁଚିଥିଲା । ଶେଷରେ ସିଏସକେ ୭୦ ଲକ୍ଷ ଟଙ୍କାର ନିଲାମ ଡାକି ମହୀଶଙ୍କୁ କିଣି ନେଇଥିଲା । ଏହାକୁ ନେଇ ଚେନ୍ନାଇ ପ୍ରଶଂସକ ଖୁସି ନାହାଁନ୍ତି । ଏପରିକି ଦଳକୁ ବୟକଟ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି ।

ସିଏସକେ ନିଜ ଟ୍ୱିଟରରେ ମହୀଶଙ୍କ ଏକ ଫଟୋ ସେୟାର କରିଥିଲା । ଏହାସହ ମହୀଶ ଇନ୍ ୟେଲୋ ଫେମ୍, ସୁପର ଅକସନ୍ ବୋଲି କ୍ୟାପସନ୍ ଦେଇଥିଲା ସିଏସକେ । ଜଣେ ୟୁଜର ଲେଖିଛନ୍ତି ଯେ, ପାକିସ୍ତାନ ଭାରତର ଶତ୍ରୁ । ତେଣୁ ସେଠାକାର ଖେଳାଳି ଆଇପିଏଲରେ ସାମିଲ ନାହାଁନ୍ତି । ଶ୍ରୀଲଙ୍କା ତାମିଲଙ୍କ ଶତ୍ରୁ । ସିଏସକେ କିପରି ମହୀଶଙ୍କୁ ଦଳରେ ସାମିଲ କଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର । ଅନ୍ୟ ୟୁଜରମାନେ ମଧ୍ୟ ଚେନ୍ନାଇକୁ କଟାକ୍ଷ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ