ଅପରାଧ ରାଜ୍ୟ

ବ୍ୟାସନଗର ଫାଇଲ ଫିଙ୍ଗା ଘଟଣାରେ ନୂଆ ମୋଡ, ଦ୍ୱିତୀୟ ଥର ଅଭିଯୋଗ କଲେ ପୂର୍ବତନ ପୌର ଅଧିକାରୀ

ଯାଜପୁର ୧୯/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ଅସ୍ଥିରତା । ବ୍ୟାସନଗର ପୌରପରିଷଦରେ ପୋୖର ନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷା ଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାର ର ଭିଡିଓ ଭାଇରାଲ ଘଟଣା ପୁଣି ନୂଆ ମୋଡ଼ ନେଇଛି ।

ଶୁକ୍ରବାର ରାତିରେ ଯାଜପୁର ରୋଡ଼ ଥାନାରେ ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ ରାଉତ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାମରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୋ ସହ ଯାହା ଘଟିଲା ସେଥିପାଇଁ ମୋର ସମ୍ମାନ ହାନୀ ହୋଇଛି । ମୋର ମାନସିକ ସ୍ଥିତି ଖରାପ ଭଲ ନଥିଲା । ସେଥିପାଇଁ ମୋ କିଛି ପଏଣ୍ଟ ଭୁଲିଯାଇଥିଲି । ପରେ ମନେ ପଡିବାରୁ ଆସିଛି ଦ୍ୱିତୀୟ ବାର ଏତଲା ଦେବାକୁ ଆସିଛି ।

ସୂଚନାଯୋଗ୍ୟ, ପୌରାଧ୍ୟକ୍ଷା ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଓ ତାଙ୍କ ଉପରକୁ ଫାଇଲ୍ ଫୋପାଡିବାର ଭିଡିଓ ସାମ୍ନାକୁ ଆସିବା ପରେ ଏନେଇ ପ୍ରଥମେ ଚଳିତ ମାସ ୧୬ ତାରିଖରେ ପୋୖର ନିର୍ବାହୀ ଅଧିକାରୀ ଅଧ୍ୟକ୍ଷାଙ୍କ ନାମରେ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରିଥିଲେ। ପରମୁହୂର୍ତ୍ତରେ ବ୍ୟାସନଗର ପୌରାଞ୍ଚଳରେ ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ଜଣେ ସୁପରଭାଇଜରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣି ସେ ନିର୍ବାହୀ ଅଧିକାରୀଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ବ୍ୟାସନଗର ପୋୖର ପରିଷଦର ଏହି ହାଇଡ୍ରାମା ଶୁକ୍ରବାର ରାତିରେ ଆଉ ଏକ ନୂଆମୋଡ଼ ନେଇଛି । ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାମରେ ଦ୍ୱିତୀୟ ଥର ପାଇଁ ଏତଲା ଦେଇଛନ୍ତି। ପୋଲିସ ମଧ୍ୟ ନିର୍ବାହୀ ଅଧିକାରୀ ଙ୍କ ବୟାନ ରେକର୍ଡ କରିବା ସହିତ ଏହି ଘଟଣା ସମୟ ରେ ଉପସ୍ଥିତ ଥିବା କାଉନସିଲର ପୋୖର କର୍ମଚାରୀ ଓ ଅଭିଯୋଗ କରିବାକୁ ଆସିଥିବା ନୀଳାଚଳ କଲୋନୀ ବାସୀ ଙ୍କ ବୟାନ ରେକର୍ଡ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।