ଅପରାଧ ରାଜ୍ୟ

ବ୍ୟାସନଗର ତହସିଲରେ ଜମି କେଳେଙ୍କାରୀ: ସରକାରୀ ଜମି ବିକ୍ରି, ରାଜସ୍ବ ବିଭାଗ ନିରବ

ଯାଜପୁର/ରଗଡ଼ି : ବ୍ୟାସନଗର ତହସିଲ ଅଞ୍ଚଳରେ ଥିବା ଶହଶହ ଏକର ସରକାରୀ ଜମି କିଣାବିକା ଚାଲିଛି। ଜଙ୍ଗଲଜମି, ମଠଜମି, ଗୋଚର ଓ ଅନାବାଦି ପ୍ରଭୃତି ବିଭିନ୍ନ କିସମର ସରକାରୀ ଜମିକୁ ମାଫିଆମାନେ ନିଜ କବଜାକୁ ନେଇ ବିକ୍ରି କରିଚାଲିଛନ୍ତି। ଏପରିକି କେତେକ ବିଲ୍‌ଡର ମଧ୍ୟ ପ୍ଲଟିଂ କରି ଗୁଣ୍ଠ ଲକ୍ଷ ଲକ୍ଷ ଟଙ୍କାରେ ସରକାରୀ ଜମି ବିକ୍ରି କରିଚାଲିଥିବା ବେଳେ କୋଠାବାଡ଼ି ନିର୍ମାଣ ଚାଲିଛି। ସରକାରୀ ଜମିର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଓ ବିଭାଗକୁ ଦାୟିତ୍ବ ‌ଦେଇଥିବା ସତ୍ତ୍ବେ ତାହାର କୌଣସି ପ୍ରଭାବ ବ୍ୟାସନଗର ସହର ଓ ଆଖପାଖ ଅଞ୍ଚଳରେ ପଡୁ ନାହିଁ। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବାଇପାସ ରାସ୍ତା ମିଲିଟାରି ଛକ ରୁ ଫାୟାର ଷ୍ଟେସନ ଛକ ଖୋଲିଯିବା ପରେ ରଗଡ଼ି ଅଞ୍ଚଳର ଜମି ମାଫିଆ ମାତିଛନ୍ତି। କେନ୍ଦୁଝର ରାଣୀ ସ୍ବର୍ଣ୍ଣପ୍ରଭା ମଞ୍ଜରି ଦେବୀଙ୍କର ମୃତ୍ୟୁ ପରେ ଜାଲ ହାତପଟା ଦର୍ଶାଇ ଜଙ୍ଗଲ ଜମି ଠାରୁ ଆରମ୍ଭ କରି ରାଜସ୍ବ ଜମି କବଜା କରିବାରେ ଜମିମାଫିଆ ଲାଗିପଡ଼ିଛନ୍ତି। କିଛି ଦିନ ହେଲାଣି ଏଭଳି କାରବାର ବ୍ୟାପକ ରୂପ ଧାରଣ କରିଥିବାରୁ ନୟାଗଡ଼ ଗ୍ରାମବାସୀ ଏହାର ପ୍ରତିବାଦ କରିଛନ୍ତି। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲକୁ ଏ ସମ୍ପର୍କରେ ଅବଗତ କରିଛନ୍ତି।

ବିଶେଷ କରି ତଳଗଡ଼ ଆରଆଇ ସର୍କଲ ଅଧୀନ ନୟାଗଡ଼ ମୌଜା, ପଛିକୋଟ ପଞ୍ଚାୟତର ମଞ୍ଜୁରି ମୌଜା, ପାଟରଙ୍ଗା ପଞ୍ଚାୟତର ଅଶୋକଝର, ତାହାରପୁର ପଞ୍ଚାୟତର କୁଆଁରଦା ମୌଜା, ଚାନ୍ଦମା ଆରଆଇ ସର୍କଲର ଚାନ୍ଦମା ମୌଜା,ଅନ୍ଧାରୀ ପଞ୍ଚାୟତର କୋରାବନ୍ଦୀ ମୌଜା, ତୁଳତୀ ପଞ୍ଚାୟତ କୋଗାଁ, ତୁଳତୀ ଅଞ୍ଚଳର ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲକାରୀ କବ୍‌ଜା କରିନେଲେଣି। ଜଣେ ସ୍ବର୍ଗତ ରାଜନେତା ଏହି ଅଞ୍ଚଳରେ ୨୩ଏକର ଜମି ଜଣେ ବିଲଡ଼ର ନାମରେ କରାଇନେଇଛନ୍ତି। ସେହିପରି ଜଣେ ପୂର୍ବତନ ଜିଲ୍ଲାସ୍ତରୀୟ ଉଚ୍ଚ ପଦାଧିକାରୀ ମଧ୍ୟ ଜଙ୍ଗଲଜମି ଜଣକ ନାମରେ କରିବାକୁ ଚାପ ପ୍ରୟୋଗ କରିଥିବା ଖବର ବେଶ କିଛି ଦିନ ପୂର୍ବରୁ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଅଞ୍ଚଳରେ ବ୍ୟାପକ ଜଙ୍ଗଲଜମି ଥିବା ବେଳେ ବାରମ୍ବାର ଦାବି ସତ୍ତ୍ବେ ଜଙ୍ଗଲ ଓ ରାଜସ୍ବ ବିଭାଗ ମିଳିତ ତନଖି କରୁନାହାନ୍ତି। ଯାହାକି ଜମି ଦଲାଲଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। କେଏନଡିଏ ଓ ‌ବ୍ୟାସନଗର ତହସିଲ ଅଧୀନରେ ଏବେ ଶହଶହ ଏକର ସରକାରୀ ଜମି କିଣାବିକା କାରବାର ଚରମ ସୀମାରେ ପହଞ୍ଚିଛି। ତହସିଲ, ଜଙ୍ଗଲ ଓ ପୌରା ସଂସ୍ଥାର ଅଧିକାରୀମାନେ ଏହି କାରବାର ଦେଖୁଥିଲେ ହେଁ ଆଖି ବୁଜି ଦେଉଛନ୍ତି। ଏପରିକି କେତେକ କର୍ମଚାରୀ ଏହି କାରବାରରେ ସାମିଲ ଅଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ପ୍ରକଳ୍ପ ପାଇଁ ଜଙ୍ଗଲ କିସମ ଜମିକୁ ଅସ୍ତ୍ର କରି ବିଭିନ୍ନ ପ୍ରକଳ୍ପକୁ ରୋକିବାରେ ଏକ ଗୋଷ୍ଠୀ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିବାରେ ଲାଗିପଡ଼ିଛନ୍ତି। ଯାହାକୁ ନେଇ ଏବେ ସରକାରୀ କାର୍ଯ୍ୟାଳୟ ପାଇଁ ସରକାରୀ ଜମି ଯୋଗାଇ ଦେବାକୁ କୋରେଇ ସଂଗ୍ରାମ ସମିତି ଆନ୍ଦୋଳନ ଡାକରା ଦେଇଛି ବୋଲି ସମ୍ପାଦକ ଅଭିମନ୍ୟୁ ମିଶ୍ର କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।