ଅପରାଧ ରାଜ୍ୟ

ବ୍ୟାବସାୟିକ ୟୁନିଟ୍ ଦେବା ନାଁରେ ୯ କୋଟି ଟଙ୍କା ଠକେଇ: ଓଡ଼ିଶା ହୋମ୍ସର ଅନ୍ୟତମ ନିର୍ଦେଶକ ଗିରଫ

ଭୁବନେଶ୍ବର:  ବ୍ୟାବସାୟିକ ଗୃହ ଦେବା ନାଁରେ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁରରୁ ଗିରଫ କରାଯାଇଛି। ଭୁବନେଶ୍ବରର ଆଇଆରସି ଭିଲେଜ ନୟପଲ୍ଲୀର କଲ୍ୟାଣ ମିଶ୍ର ନାମକ ଜଣେ ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି। ଏନେଇ ଇଓଡବ୍ଲ୍ୟୁ କେସ ନଂ-୧୪/୨୨ରେ ଆଇପିସି ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦(ବି)ରେ ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରିଛି ଅର୍ଥନୈତିକ ଅପରାଧ ଶାଖା।

ସୂଚନା ମୁତାବକ, ୨୦୧୩ ମସିହାରେ ଅରବିନ୍ଦ ଓ ମନୋଜ ପଣ୍ଡା ନୂଆପଲ୍ଲୀ ଅଞ୍ଚଳରେ ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ବିଲ୍ଡର ଅଫିସ୍‌ ଖୋଲିଥିଲେ। ପରବର୍ତ୍ତୀ ସମୟରେ ସରୋଜ ପଣ୍ଡା ଅନ୍ୟତମ ନିର୍ଦେଶକ ଭାବେ ଯୋଗ ଦେଇଥିଲେ। ଲୋକଙ୍କୁ କଳିଙ୍ଗ ଷ୍ଟୁଡିଓ ନିକଟ ଶ୍ୟାମପୁର ଅଞ୍ଚ‌ଳରେ ଶସ୍ତାରେ ଫ୍ଲାଟ ଦେବାର ଲୋଭ ଦେଖାଇ ଗଣପତି ହୋମ୍ସ ନାମରେ ବୁକିଂ ନେଇଥିଲେ। ୨୦୧୩ରୁ ୨୦୧୬ ମଧ୍ୟରେ ୪୨ଜଣ ଲୋକଙ୍କଠାରୁ ୨୦ କୋଟି ଟଙ୍କା ଆଦାୟ କରିଥିଲେ।
ଜମାକାରୀଙ୍କୁ ୨୦୧୮ ସୁଦ୍ଧା ଘରଦେବାକୁ ଚୁକ୍ତି କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି କୌଣସି ଜଣେ ଜମାକାରୀଙ୍କୁ ଘର ଦେବା ତ ଦୂରର କଥା ପାଲଟା ଅର୍ଦ୍ଧନିର୍ମିତ ଫ୍ଲାଟରୁ ୭ଟି ଘରକୁ ପୁଣି ଥରେ ଅନ୍ୟ ଜମାକାରୀଙ୍କୁ ବିକ୍ରି କରିଦେଇଛନ୍ତି। ୨୦୧୬ ମସିହାରେ ରଞ୍ଜନ କୁମାର ମହାପାତ୍ର ନାମକ ଜଣେ ଜମାକାରୀ ଏକ ଥ୍ରି ବିଏଚ୍‌କେ ଫ୍ଲାଟ ପାଇଁ ବୁକିଂ କରିଥିଲେ। ଆଉ ଏଥିପାଇଁ ୬୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବୁକିଂର ୬ବର୍ଷ ପରେ ଫ୍ଲାଟ ନମିଳିବାରୁ ସେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତେବେ ରଞ୍ଜନଙ୍କ ଭଳି ୪୦ରୁ ଊର୍ଧ୍ବ ଜମାକାରୀ ଠକାମୀର ଶିକାର ହୋଇଥିବା ଜଣାପଡ଼ିବା ପରେ ଆଜି ଇଓଡବ୍ଲ୍ୟୁ ନୂଆପଲ୍ଲୀ ସ୍ଥିତ ଅଫିସ୍‌ରେ ଚଢ଼ଉ କରି ଅରବିନ୍ଦଙ୍କୁ ଗିରଫ କରିଥିଲା। ଚଢ଼ଉ ସମୟରେ ସେଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, ରସିଦ ଆଦି ଜବତ କରିଛି। ଅନ୍ୟ ସହଯୋଗୀ ଫେରାର୍‌ ଥିବାରୁ ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।