ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ବଳିପଡ଼ିଲେ ହଜାର ହଜାର ପଶୁପକ୍ଷୀ

ଦେଓଗାଁ: ଆଦିବାସୀମାନଙ୍କର ପ୍ରସିଦ୍ଧ ଶୁଲିଆ ଯାତ୍ରା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ଆୟୋଜନ କରାଯାଇଛି। ଏହି ଯାତ୍ରାମାନେ ଆଦିବାସୀ ସଂପ୍ରଦାୟର ଲୋକେ ଉତ୍ସାହିତ ଅଛନ୍ତି। ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ (ବଡ଼ଖଳା ଓ ସାନଖଳା)ରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି।

ଶୁଲିଆ ଯାତ୍ରାକୁ ନେଇ ପୂର୍ବ ବର୍ଷ ଭଳି ଏଥର ବି ପରମ୍ପରା ଅନୁଯାୟୀ ବଳି ଦେଇଛନ୍ତି ଆଦିବାସୀ। କିନ୍ତୁ କିଛି ଦିନ ପୂର୍ବରୁ ସଚେତନତାର କଥା କହୁଥିବା ପ୍ରଶାସନ କେବଳ ମିଳିତ ବୈଠକଟିଏ କରି ନିରବ ବସିଛି। କେବଳ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ ହୋଇଛନ୍ତି। ଅନ୍ୟପଟରେ ଏଥର କରୋନା କଟକଣା ନଥିବାରୁ ଯାତ୍ରାକୁ ଆକର୍ଷଣୀୟ କରାଯାଇଛି।

ଶୁଲିଆ ମହୋତ୍ସବ ୨୫ ତାରିଖରୁ ଚାଲୁଛି। ପୂର୍ବବର୍ଷ ଭଳି ଏଥର ଦୋକାନ ବଜାର ଲାଗିଛି। ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି। ଏଥର ବି ହଜାର ସଂଖ୍ୟାରେ ବଳି ପଡ଼ିବ ବୋଲି କମିଟି ପକ୍ଷରୁ କହାଯାଇଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ। ମାନସିକଧାରୀ ଆଣିଥିବା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି।

ବିଗତ ବର୍ଷରେ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ କିଛି ସଂଗଠନ ଏହାକୁ ବିରୋଧ କରିଥିଲେ। ଜିଲ୍ଲା ପ୍ରଶାସନ ବି ବଳି ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲା। କିଛି ବର୍ଷ ଆଦିବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏଥର ବଳି ବନ୍ଦ ପାଇଁ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏପରିକି ଅନ୍ୟବର୍ଷ ଭଳି ପ୍ରଶାସନ ତରଫରୁ ସଚେତନତା ବି ସେତେଟା କରାଯାଇନାହିଁ। କେବଳ ପ୍ରଶାସନ ଏକ ମିଳିତ ବୈଠକ କରି ଚୁପଚାପ ବସିଛି। ପ୍ରଶାସନର କୌଣସି କଟକଣା ନଥିବାରୁ ଏଥର ଅନ୍ୟବର୍ଷ ଅପେକ୍ଷା ଅଧିକ ବଳି ପଡ଼ିବାର ସମ୍ଭାବନା ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।