ବୌଦ୍ଧ ୫।୮: ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ସିଦ୍ଧି ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ୧୦ଜଣିଆ ଟିମ୍ ର ଚଢ଼ାଉ । ବିପୁଳ ଜିଏସଟି ଠକେଇ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଦୁଇଟି ସ୍ଥାନରେ ଜିଏସଟି ଟିମ୍ର କାଗଜପତ୍ର ଯାଞ୍ଚ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ନେଇ ବାଣିଜ୍ୟ ଆୟକର ବିଭାଗ ସୂଚନା ପାଇ ୧୨ ଜଣିଆ ଟିମ୍ ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ କରିଛି । ବ୍ୟବସାୟିକ ଅର୍ଥନୈତିକ କାରବାର ଅନୁଯାୟୀ ସଠିକ୍ ପରିମାଣର କର ପୈଠ ନକରି କର ଫାଙ୍କୁଥିବା ଅଭିଯୋଗ ପାଇ ଶୁକ୍ରବାର ସକାଳୁ ଉଭୟ ସ୍ଥାନରେ ଚଢାଉ କରିଛି । ତେବେ କେତେ ପରିମାଣର ଜିଏସଟି ଠକେଇ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅନ୍ୟପଟେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଯାଞ୍ଚ ଚାଲିଛି ଏବଂ ଯାଞ୍ଚ ପ୍ରକ୍ରିୟା ସରିଲେ ସଠିକ୍ ଠକେଇ ପରିମାଣ ଜଣାପଡ଼ିବ ବୋଲି ବାଣିଜ୍ୟ ଆୟକର ବିଭାଗର ଡେପୁଟି କମିଶନର ସୂଚନା ଦେଇଛନ୍ତି ।