ଖେଳ ଦେଶ ବିଦେଶ

ବ୍ୟାନ୍‌ ହେବେ କି ରୋହିତ ଶର୍ମା ? ଆଉ ଗୋଟିଏ ଭୁଲ୍‌ ପଡିପାରେ ମହଙ୍ଗା

ମୁମ୍ୱାଇ ୧୪/୦୪: ଆଇପିଏଲ୍ ୨୦୨୨ରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ନିରାଶାଜନକ ପ୍ରଦର୍ଶନ ଦେଇଛି । ଯାହାକି ଫ୍ୟାନ୍ସ ମହଲରେ ବେଶ୍ ନିରାଶା ଭାବ ସୃଷ୍ଟି କରିଛି । ସିଜନ ୧୫ରେ ୫ ଟି ମ୍ୟାଚ୍ ଖେଳିଥିବା MI, ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି । ବୁଧବାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଙ୍କ ହାତରେ ଦଳ ୧୨ ରନ୍‌ର ପରାଜୟ ବରଣ କରିଛି ।

ଏହି ସିଜନରେ ମୁମ୍ବାଇର କ୍ରମାଗତ ପଞ୍ଚମ ପରାଜୟ । ତେବେ ମୁମ୍ବାଇର ଏହି ଅସୁବିଧା ଏତିକିରେ ଶେଷ ହୋଇନି । ପଞ୍ଜାବ ବିପକ୍ଷରେ ମନ୍ଥର ଗତି ହେତୁ ମୁମ୍ୱାଇ ଇଣ୍ଡିଆନ୍ସକୁ ଜରିମାନା କରାଯାଇଛି । ଚଳିତ ସିଜନରେ ମୁମ୍ବାଇର ଏହା ଦ୍ୱିତୀୟ ଭୁଲ ଥିଲା, ତେଣୁ ଅଧିନାୟକଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଅଣ୍ଟା ଭିଡିଥିଲେ ।

ଯଦି ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନରେ ତୃତୀୟ ଥର ପାଇଁ ଏହି ଭୁଲକୁ ପୁନରାବୃତ୍ତି କରେ । ତେବେ ଜରିମାନା ସହିତ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ପାଇଁ ବାରଣ କରାଯାଇପାରେ । ଯଦି କୌଣସି ଦଳ ଗୋଟିଏ ସିଜନରେ ତୃତୀୟ ଥର ଏହି ଭୁଲ କରେ, ତେବେ ଅଧିନାୟକଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ୍ ସହିତ ୩୦ଲକ୍ଷ ଟଙ୍କା ଜରିମାନା ଏବଂ ଖେଳୁଥିବା ଏକାଦଶ ଖେଳାଳିଙ୍କୁ ୧୨ଲକ୍ଷ ଟଙ୍କା କିମ୍ବା ମ୍ୟାଚ୍ ଫି ର ୫୦ପ୍ରତିଶତ ଜରିମାନା କରାଯିବ । ଯାହାକି କମ୍ ଅଟେ ।

ଏବେ ରୋହିତ ଶର୍ମାଙ୍କ ନିକଟରେ ଭୁଲ୍ କରିବାର ସୁଯୋଗ ନାହିଁ । ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ୯ଟି ମ୍ୟାଚ୍ ଖେଳିବାକୁ ବାକି ଅଛି, ଯଦି ସେ ଥରେ ଧୀମା ଓଭର ହାରରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅଧିନାୟକ ରୋହିତ ଶର୍ମାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାରଣ କରାଯାଇପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ