ଖେଳ ଦେଶ ବିଦେଶ

ବ୍ୟାଟିଂ ପରେ ଜାଡେଜାଙ୍କ ଦମଦାର୍ ବୋଲିଂ : ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍‌ରେ ଅଲଆଉଟ୍

ନୂଆଦିଲ୍ଲୀ,୦୬/୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଶ୍ରୀଲଙ୍କା । ପ୍ରଥମ ଇନିଂସରେ ଭାରତ କରିଥିବା ୫୭୪ ରନ୍ ଜବାବରେ ଶ୍ରୀଲଙ୍କା ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଛି । ଭାରତୀୟ ବୋଲରଙ୍କ ଆଗରେ କୌଣସି ଶ୍ରୀଲଙ୍କା ବ୍ୟାଟର ତିଷ୍ଠି ପାରିନଥିଲେ ।

ଭାରତ ପ୍ରଥମ ଇନିଂସ ୫୭୪ ଜବାବ​‌ରେ ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପକ୍ଷରୁ ଓପନର୍ ଦିମୁଥ୍‌ କରଣାରତ୍ନେ ୨୮ ରନ କରି ଆଉଟ ହୋଇଥିବା ବେଳେ ଲାହିରୁ ଥିରିମାନେ ୧୭ ରନ, ଆଞ୍ଜେଲୋ ମାଥ୍ୟୁସ୍‌ ୨୨ ରନ, ଧନଞ୍ଜୟ ଡି ସିଲ୍‌ଭା ୧ରନ କରି ଆଉଟ ହୋଇଥିଲେ । ଫାଥୁମ୍ ନିଶାଙ୍କା ୨୬ ରନ ଏବଂ ଚରିଥ୍‌ ଆଶାଲଙ୍କା ୧ରନ କରି ଅପରାଜିତ ରହିଥିଲେ । ତେବେ ତୃତୀୟ ଦିନରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଦଳର ୫ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ୪ ଜଣ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଫଳରେ ଦଳ ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଥିଲା ।ଏହାସହ ଭାରତ ୪୦୦ ରନ୍ ଆଗରେ ରହିଛି ।

ଟିମ୍‌ ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ୍‌ ଓ ଜସପ୍ରିତ ବୁମରାହ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେହିପରି ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ