ଅପରାଧ ରାଜ୍ୟ

ବ୍ୟାଙ୍କ ସମ୍ମୁଖରୁ ୧୨ଲକ୍ଷ ଲୁଟ୍, ଶିକ୍ଷକଙ୍କ ନିକଟରୁ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ

ଭଦ୍ରକ ୦୯/୦୬: ଶିକ୍ଷକଙ୍କ ନିକଟରୁ ଲୁଟ ଅଭିଯୋଗ । ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରୁ ଲୁଟ୍ ହୋଇଥିବା ସୂଚନା । ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଲୁଟିଛନ୍ତି ଲୁଟେରା । ବାଇକ ରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଜମି କିଣିବା ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ । ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ତେବେ ସ୍ଥାନୀୟ ଲୋକେ ପିଛା କରିବା ସତ୍ତ୍ୱେ ଲୁଟେରା ଖସି ଯାଇଥିଲେ । ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।