ଅପରାଧ ରାଜ୍ୟ

ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ, ସିସିଟିଭି ଭିଡ଼ିଓ ଭାଇରାଲ

ଖଲ୍ଲିକୋଟ, ୧୬/୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଗତକାଲି ଦିନ ଦ୍ବିପ୍ରହରରେ ଲୁଟ୍‌ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ଏହି ସମୟର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ମୋହନପୁର ଗ୍ରାମର ପୁଷ୍ପା ପଲେଇ ବ୍ୟାଙ୍କକୁ ଗୋଲ୍ଡ ଲୋନ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ ହୋଇଛି । ମହିଳା ଜଣକ କେଶପୁର ସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଗୋଲ୍ଡ ଲୋନ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ । ହଠାତ ଷ୍ଟେଟ ବ୍ୟାଙ୍କ ନିକଟରେ ଏକ ବ୍ଲ୍ୟୁ କଲର ଟିଭିଏସ ଆପାଚି ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳା ହାତରେ ଧରିଥିବା ବ୍ୟାଗକୁ ଝାମ୍ପି ନେଇଯାଇଥିଲେ । ବ୍ୟାଗକୁ ଟାଣି ନେବା ସମୟରେ ମହିଳା ଜଣଙ୍କ ତଳେ ପଡି ଯାଇଥିଲେ ।

ଯାହା ଫଳରେ ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ବ୍ୟାଗ ଭିତରେ ୧୫ ହଜାର ଟଙ୍କା ସହ ପ୍ୟାନ କାର୍ଡ, ବ୍ୟାଙ୍କ ପାସବୁକ, ଆଧାରକାର୍ଡ, ମୋବାଇଲ ଫୋନ ଓ ବିଭିନ୍ନ ଦରକାରୀ କାଗଜପତ୍ର ଥିବା ମହିଳା ଜଣକ କହିଛନ୍ତି । ଅନ୍ୟପଟେ ଖବର ପାଇ ଖଲ୍ଲିକୋଟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ନିକଟରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିବା ଜଣାପଡ଼ିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।