ଅପରାଧ ରାଜ୍ୟ

ବ୍ୟାଗ୍‌ରୁ ମିଳିଲା ଶିଶୁକନ୍ୟାର ମୃତଦେହ, ବାପାଙ୍କୁ ଅଟକ ରଖିଲେ ଗାଁଲୋକେ

ଭୁବନେଶ୍ୱର ୨୯।୦୮: ବ୍ୟାଗ୍‌ରୁ ଶିଶୁକନ୍ୟା ମୃତଦେହ ଠାବ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁକନ୍ୟାର ମୃତଦେହକୁ ଠାବ କରାଯାଇଛି । ବାପାକୁ ଅଟକ ରଖିଲେ ଗ୍ରାମବାସୀ ।

ଖବର ଅନୁଯାୟୀ, ଆଇଗିଣିଆର ଏକ ବସ୍ତିରେ ରୁହନ୍ତ ସନ୍ତୋଷ ସାହୁ ଓ ତାଙ୍କ ପରିବାର । ସୋମବାର ସନ୍ତୋଷଙ୍କ ଶିଶୁକନ୍ୟା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରୁ ଏକ ବ୍ୟାଗ୍‌ ଯୋଗେ ଘରକୁ ଆଣୁଥିଲେ । ସେଠାରୁ ଅନ୍ତିମ ସଂସ୍କାର ପାଇଁ ନେଇଥାନ୍ତେ । କିନ୍ତୁ ରାସ୍ତାରେ କିଛି ଲୋକେ କିଛି ସନ୍ଦେହ କରି ସନ୍ତୋଷଙ୍କୁ ଅଟକାଇଥିଲେ । ସେ ଧରିଥିବା ବ୍ୟାଗ୍‌କୁ ମଧ୍ୟ ଜବତ କରିଥିଲେ । ବ୍ୟାଗ୍‌ ଖୋଲିଲା ବେଳକୁ , ସେଥିରେ ଶିଶୁକନ୍ୟାର ମୃତଦେହ ଥିବା ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏପିରିକି ଗାଁଲୋକେ ସନ୍ତୋଷଙ୍କୁ ବାଡେଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।