ଅପରାଧ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ: ଶ୍ବାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ରୁଚିକା ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଥ୍ୟ ପାଇଁ ଭିସେରା ନମୂନା ପରୀକ୍ଷାଗାରକୁ ପଠାଯାଇଛି। ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମ୍‌ରେ ରୁଚିକା ଶନିବାର ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର୍ଯାତନା ଟପିଯାଇଛି। ଜୀବନ ରଖିବାକୁ ଆଉ ଚାହୁଁନାହିଁ। ତ‌େବେ ରୁଚିକା ଆତ୍ମହତ୍ୟା କରିବାର ୪ ଦିନ ଭିତରେ ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି। ପୁଲିସ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରିଛି। ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ସହିତ ରୁଚିକାଙ୍କ ବାପା, ମା’ ଓ ଭାଇ ଆନ୍ଦୋଳନ ଜାରି ରଖିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି