ଅପରାଧ ରାଜ୍ୟ

ବ୍ଲକ ଆକାଉଟାଣ୍ଟ ମ୍ୟାନେଜରଙ୍କ ବଦଳିକୁ ବିରୋଧ, ଆଶାକର୍ମୀ ଧାରଣା

ସାଲେପୁର ୨୩।୦୫ : ବ୍ଲକ ଆକାଉଟାଣ୍ଟ ମ୍ୟାନେଜରଙ୍କ ବଦଳିକୁ ଖାରଜ ପ୍ରତିବାଦରେ ଆଶାକର୍ମୀଙ୍କ ଧାରଣା। କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବ୍ଲକ ଆକାଉଟାଣ୍ଟ ମ୍ୟାନେଜର ବିପିନ କୁମାର ଜେନାଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ଶତାଧିକ ଆଶାକର୍ମୀ ମେଡିକାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କୌଣସି କାରଣ ନଥାଇ ଏପରିକି ତାଙ୍କର ଏଠାରେ ରହିବାର କାର୍ଯ୍ୟକାଳ ନପୁରଣୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ ସେମାନେ ବିରୋଧ କରୁଛନ୍ତି। ତାଙ୍କ କାର୍ଯ୍ୟକୁ ସେ ସୁଚାରୁରୁପେ ପରିଚାଳନା କରୁଥିଲେ । ଏହା ସହ ଆଶାକର୍ମୀମାନଙ୍କ ସମସ୍ତ କାଗଜପତ୍ର କାର୍ଯ୍ୟକୁ ସେ ସଠିକ ସମୟରେ କରିବା ସହ ସମସ୍ତ ଆଶାକର୍ମୀଙ୍କ ଇନସେଟିଭିକୁ ପୈଠ କରୁଥିଲେ। ଏପରି ଜଣେ ଦକ୍ଷ ମ୍ୟାନେଜରକୁ ଅନ୍ୟତ୍ର ବଦଳି କରାଯିବା ପ୍ରତିବାଦରେ ଆଶାକର୍ମୀମାନେ ଆନ୍ଦୋଳନ କରିଛନ୍ତି । ସାଲେପୁର ମେଡିକାଲ ଅଧିକାରୀଙ୍କୁ ଘେରାଉ ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ମେଡିକାଲ ଅଧିକାରୀଙ୍କ ଭୂମିକା କିଛି ନାହିଁ ବୋଲି ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।