ରାଜ୍ୟ

‘ବ୍ଲାକ୍‌ରୋଜ୍‌ ମାମଲାରେ କ୍ରୀତଦାସ ଜେଲ୍‌ ଯିବେ’

ଚଣ୍ଡିଖୋଲ / ଧର୍ମଶାଳା / ବିଂଝାରପୁର / ବାଲିକୁଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁମାସ୍ତା ସାଜିଥିବା ଜଣେ ତାମିଲ ବ୍ୟକ୍ତି ଓଡ଼ିଶାକୁ ଚଳାଉଛି। ଯାଜପୁରର ଜଣେ ବ୍ୟକ୍ତି ସେହି ଗୁମାସ୍ତାଙ୍କ କ୍ରୀତଦାସ ପାଲଟିଛନ୍ତି। ପାରଦୀପ ବନ୍ଦରରେ ବୁଡ଼ିଥିବା ବ୍ଲାକ୍‌ରୋଜ୍‌ ଜାହାଜ ମାମଲାରେ କ୍ରୀତଦାସ ଜେଲ୍‌ ଯିବେ କହି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ବାଲିଚନ୍ଦ୍ରପୁର, ଧର୍ମଶାଳା ଓ ବିଂଝାରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ବାଲିଚନ୍ଦ୍ରପୁର ପତରାଜପୁର ଖେଳପଡ଼ିଆରେ ଅଶୋକ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଶ୍ରୀ ପ୍ରଧାନ କହିଥିଲେ, ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଯାଜପୁର ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ନର୍ସ ନାହାନ୍ତି। ଏପଟେ ରାଜ୍ୟ ସରକାର ବିଏସ୍‌କେୱାଇ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟୁଛନ୍ତି। ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଯୋଗୁଁ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି। ଯାଜପୁର ଜିଲ୍ଲାର ୧୪ ଟି ପଞ୍ଚାୟତରେ ଆଦୌ ସ୍କୁଲ ନାହିଁ। ନଗଡ଼ା ଅବସ୍ଥା ଏବେ ସାଙ୍ଘାତିକ ବୋଲି ଶ୍ରୀ ପ୍ରଧାନ କହିଥିଲେ। ସେହିପରି, କେନ୍ଦ୍ର ଦେଉଥିବା ମାଗଣା ଚାଉଳକୁ ନବୀନ ସରକାର ନିଜର କହି ଡିଣ୍ଡିମ ପିଟୁଛି। ବଡ଼ଚଣାର ବହୁ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ବୃହତ୍‌ ପ୍ରକଳ୍ପ ଜରିଆରେ ପାଣି ଯୋଗାଇବାକୁ କହି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟର ବିଭିନ୍ନ ପ୍ରକଳ୍ପରେ ତାମିଲ ଠିକାଦାରଙ୍କୁ ଦାୟିତ୍ବ ଦିଆଯାଇ ଅର୍ଥ ହଡ଼ପ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ବିଧାୟକ ଅମର ଶତପଥୀ ଏଠାରୁ ପ୍ରାର୍ଥୀ ହୋଇଥିଲେ, ଆମେ ତାଙ୍କ ସହ ଲଢ଼ିଥାନ୍ତୁ। ହେଲେ ତାଙ୍କ ଦଳ ଶ୍ରୀ ଶତପଥୀଙ୍କୁ ଧୋକା ଦେଲା ବୋଲି ସେ କହିଥିଲେ।
ସେହିପରି ଧର୍ମଶାଳା ଓ ବିଂଝାରପୁର ସଭାରେ ଶ୍ରୀ ପ୍ରଧାନ ଅନୁରୂପ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ବିଂଝାରପୁର ସଭାରେ ଶ୍ରୀ ପ୍ରଧାନ ଡାଲି ଦୁର୍ନୀତିରେ ସଂପୃକ୍ତ ନେତାଙ୍କୁ ବିଦା କରିବାର ସମୟ ଆସିଛି ବୋଲି କହିଥିଲେ।

ଏହି ତିନିସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଂସଦ ପ୍ରାର୍ଥୀ ଡ. ରବୀନ୍ଦ୍ର ନାରାୟଣ ବେହେରା ଏବଂ ବିଧାନସଭା ପ୍ରାର୍ଥୀ ଅମର କୁମାର ନାୟକ, ସ୍ମୃତିରେଖା ପହି ଓ ବବିତା ମଲ୍ଲିକଙ୍କୁ ଭୋଟ୍‌ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ମଳ ମିଶ୍ର ବିଜେପିରେ ସାମିଲ ହୋଇଥିଲେ। ଏଥିସହିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଗତ୍‌ସିଂପୁର ବାଲିକୁଦା ତହସିଲ ଛକରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟସାରଥି ମହାନ୍ତିଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।