ଦେଶ ବିଦେଶ ସ୍ୱାସ୍ଥ୍ୟ

ବ୍ରିଟେନ ଫେରନ୍ତା ୧୩ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ, ଦେଶବ୍ୟାପୀ ସତର୍କତା ଜାରି

ନୂଆଦିଲ୍ଲୀ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୁତାଣୁର ପରିବର୍ତ୍ତିତ ପ୍ରକାରକୁ ନେଇ ସାରା ବିଶ୍ବରେ ଆତଙ୍କ ପ୍ରକାଶ ପାଇଛି । ଭାରତ ସମେତ ପ୍ରାୟ ୪୦ଟି ଦେଶ ବ୍ରିଟେନକୁ ବିମାନ ଚଳାଚଳ ରଦ୍ଦ କରିଦେଇଛନ୍ତି । ତେବେ ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ଭାରତକୁ ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୧୩ ଜଣ କରୋନା ପଜିଟିଭ ଥିବା ଜଣାଯାଇଛି । ଏକଥା ଜଣାପଡ଼ିବା ପରେ ସାରା ଦେଶରେ ସତର୍କତା ବଢାଇଦିଆଯାଇଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଲୋକମାନଙ୍କ ଶରୀରରେ ନୂଆ ପ୍ରକାରର ଭୁତାଣୁ ଅଛି କି ନା, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବ୍ରିଟେନରୁ ଅହମଦାବାଦକୁ ଫେରିଥିବା ୨୭୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ଅଛନ୍ତି । ସେହିପରି ଲଣ୍ଡନରୁ ଦିଲ୍ଲୀକୁ ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲଣ୍ଡନରୁ କୋଲକାତାକୁ ଫେରିଥିବା ୨ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ୟୁକେରୁ ମୁମ୍ବାଇକୁ ଫେରିଥିବା ୫୯୦ ଯାତ୍ରୀଙ୍କ ମଧ୍ୟରୁ କୌଣସି ଯାତ୍ରୀ ସଂକ୍ରମିତ ହୋଇନଥିବା ଜଣାଯାଇଛି ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ଏପର୍ଯ୍ୟନ୍ତ ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ ହୋଇନାହିଁ । ଏହା ସତ୍ତ୍ବେ ସାରା ଭାରତରେ ସତର୍କତା ମାତ୍ରାକୁ ବଢାଇଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ