ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରିଟେନରେ ଆଜିଠୁ କରୋନା ଟୀକାକରଣ : ମହାରାଣୀ ଏଲିଜାବେଥ ଦ୍ବିତୀୟ ଏବଂ ପ୍ରିନ୍ସ ଫିଲିପଙ୍କୁ ସର୍ବପ୍ରଥମେ ଦିଆଯିବ ଭାକସିନ

ନୂଆଦିଲ୍ଲୀ ୮/୧୨: ଋଷ୍ ପରେ ଆଜିଠୁ ବ୍ରିଟେନରେ ମଧ୍ୟ କରୋନା ଟୀକାକରଣ ଅଭିଯାନ ଆରମ୍ଭ କରାଯିବ। ଋଷରେ ଶନିବାର ଠାରୁ କରୋନା ଭ୍ୟାକସିନ୍ ସ୍ଫୁଟନିକ-ଭିର ସାର୍ବଜନିକ ଟୀକାକରଣ ଅଭିଯାନ ଆରମ୍ଭ ହେବା ପରେ ଏବେ ବ୍ରିଟେନରେ ମଧ୍ୟ ଆଜିଠୁ ଟୀକାକରଣ ଅଭିଯାନ ଆରମ୍ଭ କରାଯିବ। ସୂଚନା ଅନୁଯାୟୀ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟ ଏବଂ ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କୁ ସର୍ବପ୍ରଥମେ କରୋନା ଭ୍ୟାକସିନର ଟୀକା ଲଗାଯିବ। ଫାଇଜର-ବାୟୋଏନଟେକ୍ ଟୀକାକୁ ଧାର୍ଯ୍ୟ ସ୍ଥାନରେ ଯୋଗାଇ ଦିଆଯାଇଛି। ବ୍ରିଟେନର ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ୍ ହ୍ୟାନକାକ ଏହି ଦିନକୁ ଐତିହାସିକ କହି ଏହାକୁ ଭି-ଡେ କହିଛନ୍ତି। ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବାର ଟପ୍ ୫୦ଟି ହସ୍ପିଟାଲ୍ ଟୀକାକରଣ କାର୍ଯ୍ୟକ୍ରମରେ ଜୁଟିଛନ୍ତି।

ଏହି ଟୀକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଅନୁସାରେ ଅଗ୍ରିମ ପଂକ୍ତିର ସ୍ବାସ୍ଥ୍ୟକର୍ମୀ ଏବଂ ୮୦ବର୍ଷରୁ ଅଧିକ ବୟସର ବୟସ୍କଙ୍କୁ ଫାଇଜର-ବାୟୋଏନଟେକ ଟୀକା ଦିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ୍ ହାନକକ୍ ଲୋକଙ୍କୁ ଟୀକାକରଣ ଅଭିଯାନରେ ସାହାଯ୍ୟର ଅପିଲ କରିବାକୁ କହିଛନ୍ତି ଯେ ଏହି ସପ୍ତାହ ଐତିହାସିକ ହେବ କାରଣ ଆମେ ଦେଶରେ କରୋନା ଭାଇରସ୍ ବିରୁଦ୍ଧରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ।

ଏହି ସପ୍ତାହ ଆରମ୍ଭରେ ବ୍ରିଟେନର ଔଷଧିୟ ଏବଂ ସ୍ବାସ୍ଥ୍ୟ ଦେଖାଶୁଣା ଉତ୍ପାଦ ନିୟାମକ ଏଜେନ୍ସି ଫାଇଜର/ବାୟୋଏନଟେକ୍ କୋଭିଡ-୧୯ ଟୀକାକୁ ମଞ୍ଜୁରୀ ଦେଇଥିଲେ। କୁହାଯାଉଛି ଯେ ଏହି ଟୀକା କୋଭିଡ-୧୯ରୁ ୯୫ ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟ ଏବଂ ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କୁ ସର୍ବପ୍ରଥମେ କରୋନା ଟୀକା ଦିଆଯିବ। ଏଥିପାଇଁ ଡାକ୍ତରଙ୍କଠୁ ମଧ୍ୟ ପରାମର୍ଶ ନିଆଯାଇଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର